www.samajalive.in
Monday, December 8, 2025
14.1 C
Bhubaneswar

ଅଧିକ ଖାଦ୍ୟ ଖାଉଥିଲେ ସାବଧାନ ……..

ଅନେକ ଖାଦ୍ୟ ପ୍ରେମୀ ଅଛନ୍ତି। ଯେଉଁମାନେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ମାତ୍ର କିଛି ଲୋକେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇ ଥାଆନ୍ତି। ଅଧିକାଂଶ ସମୟରେ ସ୍ୱାଦିଷ୍ଟ ଖାଦ୍ୟ କାରଣରୁ ମଧ୍ୟ ଅଧିକ ଖାଇଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ବିଶେଷଜ୍ଞଙ୍କ ମତରେ ଏକାସହ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଏହା ଓଜନ,ପେଟ, ରକ୍ତରେ ଶର୍କରାରେ ମଧ୍ୟ କୁପ୍ରଭାବ ପକାଇଥାଏ। ଜାଣନ୍ତୁ….
ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଅଧିକ ଅଳସୁଆ ଲାଗିଥାଏ। ଫଳରେ କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ। ଫଳରେ ଦିନ ସମୟରେ କାର୍ଯ୍ୟ ପ୍ରଭାବିତ ହେବା ସହ ରାତିରେ ନିଦ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଏହାସହ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ।
ଅଧିକ ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ। ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଅଧିକ ଖାଦ୍ୟ ଖାଇବା ଦ୍ୱାରା ପାଚନ ଉପରେ ପ୍ରଭାବ ପଡିବା ଫଳରେ ଗ୍ୟାଷ୍ଟ୍ରିକ,ଏସିଡିଟି, ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।
ମସ୍ତିଷ୍କ ଉପରେ ପ୍ରଭାବ ପଡିବା ସହ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।
ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ହୃଦୟ ଉପରେ କୁପ୍ରଭାବ ପଡିବା ସହ ରକ୍ତଚାପ ବୃଦ୍ଧି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories