www.samajalive.in
Monday, December 8, 2025
14.1 C
Bhubaneswar

ବାମ୍ଫରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ମିଳେ ଏସବୁ ଲାଭ

ସିଝା କିମ୍ବା ବାମ୍ଫରେ ପ୍ରସ୍ତୁତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଖାଦ୍ୟ ପ୍ରସ୍ତୁତିର ଏକ ଉତ୍ତମ ଶୈଳୀ ମଧ୍ୟ। ଖାଦ୍ୟକୁ ବାମ୍ଫରେ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟର ଗୁଣ ନଷ୍ଟ ହୋଇନଥାଏ। ବାମ୍ଫ ଖାଦ୍ୟରେ ତେଲର ଖୁବ କମ ବ୍ୟବହାର ହୋଇଥାଏ। ଏଥିରେ ଫ୍ୟାଟ୍‍ ମଧ୍ୟ କମ ଥାଏ। ଏହା ସହଜରେ ହଜମ ହେବା ସହ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇନଥାଏ। ଓଜନ ହ୍ରାସ କରିବାରେ ମଧ୍ୟ ଖୁବ ସହାୟକ ହୋଇଥାଏ।
ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ବିଭିନ୍ନ ଉପାୟ ସହ ଅଧିକାଂଶ ପାରମ୍ପରିକ ପଦ୍ଧତି ମଧ୍ୟ ଆପଣା ଯାଇଥାଏ। ଖାଦ୍ୟକୁ ଛଣା ସହ ଭଜା ମଧ୍ୟ ଯାଇଥାଏ। ଅଧିକ ଛଣାଯିବା ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ମାତ୍ର ସିଝାଯାଇଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର ଭିଟାମିନ୍‍ ରହିଥାଏ। ଏଥିରେ ପୋଟାସିୟମ, କ୍ୟାଲସିୟମ, ଫସଫରସ.ଜିଙ୍କ ଆଦି ଅଧିକ ପରିମାଣରେ ରହିଥାଏ।
ଖାଦ୍ୟ ପ୍ରସ୍ତୁତି ପାଇଁ ସାଧାରଣତଃ ତେଲର ବ୍ୟବହାର ହୋଇଥାଏ। ମାତ୍ର ସିଝା ଖାଦ୍ୟରେ ଅଧିକ ତେଲର ବ୍ୟବହାର ହୋଇନଥାଏ। ତେଣୁ ଓଜନ ହ୍ରାସ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଏହି ଖାଦ୍ୟର ଅଧିକ ସେବନ କରନ୍ତୁ।
ସିଝା ଓ ବାମ୍ଫରେ ପ୍ରସ୍ତୁତ ଖାଦ୍ୟ ଖୁବ ନରମ ହୋଇଥାଏ। ଏହାକୁ ଚୋବାଇବାକୁ ମଧ୍ୟ ସହଜ ହୋଇଥାଏ।ଫଳରେ ଖାଦ୍ୟ ସହଜରେ ସହଜ ହେବା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଯୋଗାଇଥାଏ।
ଏହି ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା କୋଲେଷ୍ଟେରୋଲ୍‍ ନିୟନ୍ତ୍ରଣ ହୋଇ ରହିଥାଏ। ତେଲର କମ ବ୍ୟବହାର ହେତୁ ଏହା ଶରୀରରେ ମେଦବହୁଳତା ବୃଦ୍ଧି ହୋଇନଥାଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।
ସ୍ୱାଦ ବଢାଇବା ପାଇଁ ଏଥିରେ ଗୋଲମରିଚ ଗୁଣ୍ଡ ପକାଇ ପାରିବେ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories