www.samajalive.in
Sunday, December 14, 2025
17.1 C
Bhubaneswar

ଚଳିତ ବର୍ଷ ଭାରତର ଏହି ସ୍ଥାନରେ କମ୍‌ ଗରମ – ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ – ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍‌ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷର ପୂର୍ବାନୁମାନ କରାଯାଇଛି । ଗାଙ୍ଗେୟ ଉପତ୍ୟକାରେ କମ୍‌ ରମ ଅନୁଭୂତ ହେବ । ମାର୍ଚ୍ଚ ରୁ ମେ ମାସ ମଧ୍ୟ ସାଧାରଣତଃ ଅଧିକ ଗରମ ଅନୁଭୂତ ହୋଇଥାଏ । ହିଟ୍‌ଓ୍ୱେଭ୍‌ ବା ଲୁ ବହିଥାଏ । ଅନେକ ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହେ । ମାତ୍ର ଗାଙ୍ଗେୟ ଉପତ୍ୟକା ସହ ଗୁଜୁରାଟ, ପଞ୍ଜାବ , ବିହାର, ବଙ୍ଗ , ଆସାମର କେତକ ସ୍ଥାନରେ ହଠାତ୍‌ ତାପମାତ୍ର ବୃଦ୍ଧି ପାଇଥାଏ ।

ଚଳିତ ବର୍ଷ ମଧ୍. , ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍‌ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଜାମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ରାଜସ୍ଥାନ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର କେତକ ସ୍ଥାନରେ ଅଧିକ ଗରମ ଅନୁଭୂତ ହେବ । ଚଳିତ ଶୀତରେ ଭାରତରେ ୪୪ ପ୍ରତିଶତ ଅଧିକ ବର୍ଷା ହୋଇଛି । କେରଳ ଏବଂ ଜାମ୍ମୁ କାଶ୍ମୀରରେ ସର୍ବାଧିକ ବର୍ଷା ହୋଇଛି ବୋଲି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories