www.samajalive.in
Monday, December 15, 2025
27.1 C
Bhubaneswar

କଳିଙ୍ଗରେ ଏଫ୍‌ଆଇଏଚ୍‍ ପ୍ରୋ ଲିଗ୍‍ ପୁରୁଷ ହକି : ଭାରତର ୨ୟ ପରାଜୟ ; ଖାତା ଖୋଲିଲା ସ୍ପେନ୍‌

ଭୁବନେଶ୍ୱର : ଏଫ୍‍ଆଇଏଚ୍‍ ପ୍ରୋ ଲିଗ୍‍ ପୁରୁଷ ହକି ପ୍ରତିଯୋଗିତାରେ ଭାରତ ୨ୟ ପରାଜୟ ବରଣ କରିଥିବା ବେଳେ ସ୍ପେନ୍‌ ପ୍ରଥମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ସ୍ପେନ୍‌ ୫-୩ ଗୋଲରେ ଭାରତକୁ ପରାସ୍ତ କରିଛି । ଶନିବାର ପ୍ରଥମ ମ୍ୟାଚରେ ଭାରତଠାରୁ ପରାଜିତ ହୋଇଥିବା ସ୍ପେନ୍‌ ୨ୟ ମ୍ୟାଚରେ ପ୍ରତିଶୋଧ ନେଇଛିି।
୬ ମିନିଟରେ ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ୍‌ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ଭାରତର ଉକ୍ତ ଅଗ୍ରଣୀକୁ ସ୍ପେନ୍‌ ବେଶି ସମୟ ରଖିବାକୁ ଦେଇନଥିଲା। ୧୪ ମିନିଟରେ ସ୍ପେନକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା । ଏହାକୁ ପାଓ କୁନିଲ୍‍ ଗୋଲରେ ପରିଣତ କରି ସ୍କୋର୍‌କୁ ୧-୧ କରିଥିଲେ। ୧୪ ମିନିଟ୍‍ରେ ସ୍ପେନ୍‌ ୨ୟ ଗୋଲ ଦେଇଥିଲା। ଦଳ ପକ୍ଷରୁ ୟୁଆନ ଟ୍ରିସ ଗୋଲ୍‌ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୧୫ ମିନିଟ୍‍ରେ ଭାରତକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଭାରତ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ସ୍ପେନ ୨-୧ ଗୋଲରେ ଆଗୁଆ ରହିଥିଲା। ୨ୟ କ୍ୱାର୍ଟରରେ ମଧ୍ୟ ସ୍ପେନର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୨୪ ମିନିଟ୍‍ରେ ସ୍ପେନ୍‌କୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ କୁନିଲ ପାଓ ଗୋଲରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ୨୭ ମିନିଟରେ ଭାରତର ହରମନପ୍ରୀତ ସିଂହ ଗୋଲ ଦେଇ ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ପ୍ରଥମାର୍ଦ୍ଧରେ ସ୍ପେନ ୩-୨ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ୱାର୍ଟର ତଥା ୫୧ ମିନିଟ୍‍ରେ ଭାରତ ପକ୍ଷରୁ ସୁଖଜିତ ସିଂହ ଗୋଲ ଦେଇ ସ୍କୋର୍‌କୁ ୩-୩ ବରାବର କରିଥିଲେ। ଖେଳର ୫୪ ମିନିଟ୍‍ରେ ସ୍ପେନକୁ ଏକ ପେନାଲ୍‌ଟି କର୍ଣ୍ଣର ମିିଳିଥିଲା। ଏଥରୁ କୁନିଲ ପେପେ ଗୋଲ୍‌ଦେଇ ଦଳକୁ ୪-୩ରେ ଆଗୁଆ କରିଥିଲେ। ଖେଳର ୫୯ ମିନିଟରେ ସ୍ପେନକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା । ଏହାକୁ ମାର୍କ ମିରାଲିସ୍‌ ଗୋଲରେ ପରିଣତ କରି ଦଳକୁ ୫-୩ରେ ବିଜୟୀ କରାଇଥିଲେ। ଭାରତ ପାଇଁ ସୁଖଜିତ ସିଂହ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ୫-୪ ଗୋଲରେ ପରାସ୍ତ କରିଥିଲା। ଭାରତ ମାର୍ଚ୍ଚ ୧୨ ଓ ୧୩ରେ ଜର୍ମାନୀ ସହ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ। ଅଗ୍ନିଶମ ସେବା ମହା ନିର୍ଦେଶକ ଅରୁଣ ରାୟ ଏହି ମ୍ୟାଚ୍‌ରେ ଅତିଥି ଭାବେ ପୁରସ୍କାର ପ୍ରଦାନ କରିଥିଲେ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories