www.samajalive.in
Monday, December 15, 2025
16.1 C
Bhubaneswar

ଟଙ୍କା ବାଣ୍ଟିବା ଅଭିଯୋଗରେ ବାହାର ଅଞ୍ଚଳ ଗାଡ଼ିକୁ ଅଟକ ରଖିଲା ବିଜେପି

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଭଣ୍ଡାରିବିଲା, ଖିଲାରୀପାଟ ନୂଆଗାଁ ଓ ତେଣ୍ଡରା ଆଦି ଗ୍ରାମରେ ବଡବିଲ ଅଞ୍ଚଳରୁ ସାତ ଆଠଟି ୪ ଚକିଆ ଯାନରେ ଆସିଥିବା ଲୋକେ ଗ୍ରାମରେ ପଶି ଲୋକମାନଙ୍କୁ ଧମକ ଚମକ ଦେଇ ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଇବା ସହ ଟଙ୍କା ବାଣ୍ଟିଥିବା ଜିଲ୍ଲା ବିଜେପି ସଭାପତି ତଥା ୨୯ ନଂ ଜୋନର ବିଜେପି ପ୍ରାର୍ଥୀ ଅଂଶୁମାନ ସବୁଜ ମହାନ୍ତ ବର୍ମା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଣିବା ସହ ତେଣ୍ଡରା ଗ୍ରାମରେ ତାଙ୍କ ସମର୍ଥକମାନେ ୪ଟି ଚାରିଚକିଆ ଯାନକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ ପୁଲିସ ସଂପୃକ୍ତ ୪ଚକିଆ ଗାଡି ଜବତ କରିନଥିବା ସୂଚନା ଦେଇଛନ୍ତି।

ଏନେଇ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବାରେ ସେ ବଡ଼ବିଲ ଏସଡିପିଓଙ୍କ ସହ ଘଟଣା ସ୍ଥଳକୁ ଯାଇଥିବା ସ୍ବୀକାର କରିବା ସହ ସେଠାରେ ବିଜେପି ଓ ବିଜେଡ଼ି ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଥିଲା ଓ ଏହା ଉଗ୍ରରୂପ ନେବାରୁ ତାହାର ସମାଧାନ କରାଯାଇଥିବା ସୂଚନା ଦେବା ସହ ସଂପୃକ୍ତ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିବା କହିଛନ୍ତି। ଏହା ବିରୋଧରେ ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି। ତାଙ୍କ ଦଳକୁ ନ୍ୟାୟ ଦିଆଯାଇ ନଥିବା ଓ ପୁଲିସ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାନ୍ତ ବର୍ମା ପାଟଣା ଥାନାରେ ଏତଲା ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories