www.samajalive.in
Monday, December 15, 2025
17.1 C
Bhubaneswar

ଏସିଡ଼୍‍ ପୀଡ଼ିତାଙ୍କୁ ସାହାଯ୍ୟର ହାତ ବଢାଇଲେ ଅକ୍ଷୟ

ନୂଆଦିଲ୍ଲୀ : ନିକଟରେ ଏସିଡ଼୍‍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ ନିଜ ଅାର୍ଥିକ ସମସ୍ୟା ବିଷୟରେ କହିଥିଲେ। ବେରୋଜଗାରୀ ଓ ଆର୍ଥିକ ଅନଟନ କାରଣରୁ ତାଙ୍କୁ କିଭଳି କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି, ସେ ବିଷୟରେ ସେ ଜଣାଇଥିଲେ। ତାଙ୍କର ଏହି ବେଦନାମୟ ପରିସ୍ଥିତି ବିଷୟରେ ଜାଣିବା ପରେ ସହାୟତା ପାଇଁ ଅନେକ ହାତ ଉଠିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତା ଅକ୍ଷୟ କୁମାର। ସାହାଯ୍ୟ ପୂର୍ବକ ଅକ୍ଷୟ ଲକ୍ଷ୍ମୀଙ୍କୁ ୫ ଲକ୍ଷ ଟଙ୍କା ଦେଇଛନ୍ତି।

ଖବର ଅନୁସାରେ, ଲକ୍ଷ୍ମୀଙ୍କୁ ବର୍ଷେ ହେବ କିଛି କାମ ମିଳୁନାହିଁ, ସେ ବେରୋଜଗାର। ଲକ୍ଷ୍ମୀଙ୍କ ଆର୍ଥିକ ସମସ୍ୟା ବିଷୟରେ ଜାଣିବା ପରେ ଅକ୍ଷୟ ତୁରନ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ପାଦ ବଢାଇଥିଲେ। ସୂଚନା ଅନୁଯାୟୀ, ଅକ୍ଷୟ ସିଧାସଳଖ ଲକ୍ଷ୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‍ କରିଛନ୍ତି।

- Advertisement -

ଏହା ପୂର୍ବରୁ ମଧ୍ୟ ଅକ୍ଷୟ ଅସହାୟଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଅକ୍ଷୟ କୁମାରଙ୍କ ଏହି ସାହାଯ୍ୟ ପାଇଁ ଲକ୍ଷ୍ମୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ସାକ୍ଷାତକାରରେ ଲକ୍ଷ୍ମୀ କହିଛନ୍ତି ଯେ, ମୋ ପରିସ୍ଥିତି ବିଷୟରେ ଜାଣିବା ପରେ ଏପର୍ଯ୍ୟନ୍ତ ମୋ ପାଖକୁ ୧୫ ରୁ ଊର୍ଦ୍ଧ୍ବ ଚାକିରିର ପ୍ରସ୍ତାବ ଆସି ସାରିଲାଣି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories