www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ଧାହେଲେ ନକଲି ଡାକ୍ତରଙ୍କ ଭଉଣୀ, ନଣନ୍ଦ ପୁଟୁଳି ଲୋଭରେ ବହୁ ବିବାହରେ ଥିଲେ ସାମିଲ୍‌ – ମିଳିମିଶି ଠକୁଥିଲେ

ଭୁବନେଶ୍ୱର  : ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିେରାଧରେ ଅଭିେଯାଗ ଫର୍ଦ ବଢିବାରେ ଲାଗିଥିଲା ବେଳେ ତାଙ୍କୁ ଏହି କାମରେ ଭଉଣୀ ଓ ଭିଣୋଇ ସହଯୋଗ କରୁଥିଲେ। ଭଉଣୀ ରଶ୍ମିତା େବଉରାଙ୍କ ସମ୍ପୃକ୍ତି ପ୍ରମାଣିତ େହଲା ପରେ ତାଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ରମେଶଙ୍କ ଏହି କଳା କାରନାମାରେ ତାଙ୍କର ପୂରା ପରିବାର ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ରମେଶଙ୍କ ଠକେଇରେ ଭାଇ, ଭଉଣୀ ଓ ଭିଣୋଇଙ୍କ ଭୂମିକା ଥିବା ସୂଚନା ମିଳିଥିଲା। ଏହି ମାମଲାରେ ପୁଲିସ ରମେଶଙ୍କ ଭଉଣୀଙ୍କୁ ପଚରାଉଚରା କରିବା ପାଇଁ ଆଣିଥିଲା। ଭାଇ ଭଉଣୀଙ୍କୁ ମୁହାଁମୁହିଁ ଜେରା କରିବା ସହ ପୀଡିତା ମହିଳାଙ୍କ ସହ ଭିଡିଓ କନଫରେନ୍ସିଂ ମଧ୍ୟ କରାଇ ଥିଲା। ସମସ୍ତେ ରଶ୍ମିତାଙ୍କୁ ଚିହ୍ନିଥିଲେ। ଏହାପରେ ରଶ୍ମିତାଙ୍କୁ ଗିରଫ କରିଥିଲା ପୁଲିସ। ଆଜି ରମେଶଙ୍କ ଜିମା ଅବଧି ସରୁଥିଲା ବେଳେ ତାଙ୍କୁ ପୁଣିଥରେ ଜିମାରେ ଆଣିବା ସହ ଭଉଣୀଙ୍କୁ ମଧ୍ୟ ଜିମାରେ ଆଣିବା ଲାଗି ଆବେଦନ କରାଯିବ େବାଲି ଭୁବନେଶ୍ବର ପୁଲିସ ଉପାୟୁକ୍ତ ଉମାଶଙ୍କର ଦାସ ସୂଚନା େଦଇଛନ୍ତି।

ଫାର୍ମହାଉସରେ ଚଢ଼ଉ

- Advertisement -

ଖୁଣ୍ଟୁଣୀ ଖମାର ନୂଆଗାଁଠାରେ ଥିବା ରମେଶର ଫାର୍ମ ହାଉସରେ ପୁଲିସ ଚଢଉ କରିଛି। ଠକେଇ ଉପାର୍ଜିତ ଅର୍ଥରେ ଫାର୍ମ ହାଉସ କରାଯାଇଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା। ପ୍ରାୟ ୩୦ ଏକର ସ୍ଥାନରେ ପରିମିତ ଏହି ଫାର୍ମ ହାଉସ ତାଙ୍କ ଦ୍ୱିତୀୟ ପତ୍ନୀ କମଲ ସ୍ୱାଇଁଙ୍କ ନାଁରେ ଅଛି। ସେଠାରେ ତାଙ୍କର ଏକ ୪ ମହଲା କୋଠା ଥିବାବେଳେ ତତ୍ତ୍ବାବଧାରକ ବି ଅଛନ୍ତି। ହେଲେ ସେମାନେ ଠିକ ଭାବେ ଦରମା ପାଉ ନ ଥିବା କହିଛନ୍ତି। ୨୦୧୮ରେ ନିଜକୁ ପରିବେଶ ମନ୍ତ୍ରାଳୟର ଅଧିକାରୀ କହି ରମେଶ ଆନ୍ଧ୍ରପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କଠାରୁ ସାଢ଼େ ୪ ଲକ୍ଷ ଟଙ୍କାର ଚାରା ଆଣିଥିଲେ। କିନ୍ତୁ ଚାରା କିଣା ବାବଦ ଟଙ୍କା େଦଇ ନ ଥିଲେ । ଏନେଇ ସମ୍ପୃକ୍ତ ବ୍ୟବସାୟୀ ଜଣକ ଅଭିଯୋଗ କରିବା ପରେ ପୁଲିସ ଏଠାରେ ଚଢଉ କରି ବନ୍ଦ କରିଛି। ଅପରପକ୍ଷରେ ଚାରା େଯାଗାଇଥିବା ବ୍ୟବସାୟୀ ସମସ୍ତ ଚାରା େନଇଯିବାକୁ ପୁଲିସର ଅନୁମତି େଲାଡିଛନ୍ତି। ଅନୁମତି ମିଳିବା ପରେ ସମସ୍ତ ଚାରା ଉପାଡି େନଇଯିବେ େବାଲି ବ୍ୟବସାୟୀ ଜଣକ କହିଛନ୍ତି। ଏଥିସହ ପାଟକୁରା ଥାନା ଅଞ୍ଚଳରେ ଥିବା କୁକୁଡା ଫାର୍ମକୁ ମଧ୍ୟ ବନ୍ଦ କରାଯାଇଥିବା ବେଳେ ଏଠାରେ ଥିବା ଯନ୍ତ୍ରପାତିକୁ ମଧ୍ୟ େଯାଗାଣକାରୀ ସଂସ୍ଥା େନଇଯିବ େବାଲି ଜଣାପଡିଛି।
ଯୌତୁକରୁ ଭାଗ େନଉଥିଲେ ଭଉଣୀ
ରସିକିଆ ଭାଇର କଳା କାରନାମାକୁ ସାକାର କରିବାରେ ଭଉଣୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ। ବାହାଘର ପୂର୍ବରୁ ରମେଶଙ୍କ ଭଉଣୀ ଓ ଭିଣୋଇ ପରିବାର ସଦସ୍ୟ ଭାବେ ପରିଚୟ େଦଇ ଠକାମିର ଶିକାର େହାଇଥିବା ମହିଳାଙ୍କ ଘର େଲାକ ସହ ମିଶୁଥିଲେ। ଏହାପରେ ଭାଇ ବାହାଘରରେ ମିଳୁଥିବା ଯୌତୁକକୁ ଭାଗବଣ୍ଟା କରି ନେଇଯାଉଥିଲେ। ଅଭିଯୁକ୍ତଙ୍କ ସହ ରଶ୍ମିତାଙ୍କୁ ମୁହାଁମୁହିଁ େଜରା କରାଯିବା ସହ ପୀଡିତା ମହିଳାଙ୍କ ଭିଡିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଛି। ସମସ୍ତ ମହିଳା ରଶ୍ମିତାଙ୍କୁ ଚିହ୍ନଟ କରିଥିଲେ। ତେବେ ରଶ୍ମିତାଙ୍କ ସ୍ବାମୀ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଲମ୍ବି ଚାଲିଛି ଅଭିେଯାଗ ଫର୍ଦ
ପତ୍ନୀ ତାଲିକା ଲମ୍ବି ଚାଲିଥିବା ରମେଶଙ୍କ ବିେରାଧରେ ଅଭିଯୋଗର ଫର୍ଦ ଲମ୍ବିବାରେ ଲାଗିଛି। ମେଡିକାଲ କଲେଜରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ରମେଶ ଚାରା ଦୁର୍ନୀତି ବି କରିଛନ୍ତି। ଏହାବ୍ୟତୀତ ନିଜକୁ ବରିଷ୍ଠ ସରକାରୀ ଅଧିକାରୀ େବାଲି ପରିଚୟ େଦଇ ଚାକିରି କରାଇ େଦବା, ଠିକା ପ୍ରସ୍ତାବ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଛନ୍ତି। ଦିନକୁ ଦିନ ଏ ସମ୍ପର୍କିତ ଅଭିେଯାଗ ମଧ୍ୟ ବଢିବାରେ ଲାଗିଛି।
କ୍ଲିନିକରେ ଗୁପ୍ତ େକାଠରି
କାମାକ୍ଷାନଗରରେ ରମେଶଙ୍କ ପୁଅ ରାକେଶ ସ୍ୱାଇଁଙ୍କ ନାମରେ ଏକ କ୍ଲିନିକ ଥିବା ଜଣାପଡିଛି। ରମେଶ ଗିରଫ େହବା ପରେ ଏହା ବନ୍ଦ େହାଇଯାଇଥିବା ବେଳେ ଏଠାରୁ ଏକ ଗୁପ୍ତ କୋଠରି ଠାବ ହୋଇଛି। ନିଜକୁ ଡାକ୍ତର ପରିଚୟ ଦେଉଥିବା ରମେଶ ସେଠାରେ ରୋଗୀଙ୍କ ଚିକିତ୍ସା ତଥା ଅସ୍ତ୍ରୋପଚାର କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଗୁପ୍ତ େକାଠରି ଯାଞ୍ଚ କରୁଥିବା ଜଣାପଡିଛି।
ପୂରା ପରିବାର ସମ୍ପୃକ୍ତ
ରମେଶଙ୍କ ଏହି କାମରେ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଭଉଣୀ ରଶ୍ମିତାଙ୍କ ସମ୍ପୃକ୍ତି ପ୍ରମାଣିତ େହାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ନଜରରେ ଏବେ ରମେଶଙ୍କ ଭିଣୋଇ ଗଣେଶ, ଡ୍ରାଇଭର ପପୁ ରହିଛନ୍ତି। େସମାନଙ୍କୁ ପୁଲିସ େଖାଜୁଛି। ଏହାବ୍ୟତୀତ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକଟ କରିଛି ପୁଲିସ୍‌। ଉକ୍ତ ମହିଳା ଜଣକ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ କର୍ମଚାରୀ ହୋଇଥିବା ବେଳେ ପୂର୍ବରୁ ସେ ପାରାଦ୍ବୀପରେ କାର୍ଯ୍ୟରତ ଥିଲେ। ରମେଶଙ୍କ ଏହି କାରନାମାରେ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ପୁଲିସ ଯାଞ୍ଚ କରୁଛି। ଏବେ ସେ ଓଡ଼ିଶା ବାହାରେ ଥିବା ବେଳେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି ପୁଲିସ।
ପୁଣି ଜିମାରେ ଆଣିବ ପୁଲିସ
ନକଲି ଡାକ୍ତରଙ୍କୁ ଗିରଫ କରିବା ପରେ କମିସନରେ ପୁଲିସ ତାଙ୍କୁ ୫ଦିନିଆ ଜିମାରେ ଆଣିଥିଲା। ବୁଧବାର ଜିମା ଅବଧି ସରୁଥିବା ବେଳେ ଭଉଣୀଙ୍କୁ ଗିରଫ କରିଛି। େତବେ ତାଙ୍କ କଳା କାରନାମାର ତାଲିକା ବଢି ବଢି ଚାଲିଥିବାରୁ ଅଧିକ ତଦନ୍ତ ପାଇଁ ପୁଣି ସାତଦିନିଆ ଜିମାରେ ଆଣିବା ଲାଗି ଅଦାଲତରେ ଆବେଦନ କରିଛି ପୁଲିସ। ଏଥିସହ ଭଉଣୀଙ୍କୁ ମଧ୍ୟ ୫ ଦିନିଆ ଜିମାରେ ଆଣିବାକୁ ଆବେଦନ କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories