www.samajalive.in
Saturday, December 13, 2025
26.1 C
Bhubaneswar

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ସନ୍ଦେହ

ବାଙ୍କୀ -ଡମପଡା ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ଅଧିନ ମହାନଦୀ କାଳିକା ଗାଧୁଆ ତୁଠ ନିକଟରେ ଜଣେ ଯୁବକଙ୍କର ଝୁଲନ୍ତା ଶବ ଏକ ସାହାଡା ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି  । ସ୍ଥାନୀୟ ଲୋକ ମହାନଦୀକୁ ଯାଇଥିଲା ବେଳେ ଏଭଳି ଝୁଲନ୍ତା ଶବକୁ ଦେଖି ଭୟଭୀତ ହୋଇଥିଲେ । ଖବର ପ୍ରସାରିତ ହେଲା ପରେ ସ୍ଥାନୀୟ ଲୋକ ମାନେ ବହୁ ସଂଖ୍ୟାରେ ପହଁଚି ଦେଖିଥିଲେ ମଧ୍ୟ ଖବର ଲେଖା ହେବ ପର୍ଯ୍ୟନ୍ତ ଝୁଲନ୍ତା ଶବର ପରିଚୟ ମିଳି ପାରିନାହିଁ ।

ଏହା ଏକ ଆତ୍ମହତ୍ୟା ବୋଲି ସ୍ଥାନୀୟବାସୀ ସନ୍ଦେହ କରୁଛନ୍ତି । ଖବର ପାଇ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ଅନୁସନ୍ଧାନ କରି ଶବକୁ ବାଙ୍କୀ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଛନ୍ତି । ଯୁବକ ଟିର ବୟସ ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବାଙ୍କୀ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ମୃତ ଯୁବକର ପରିଚୟ ମିଳି ନାହିଁ । ବାଙ୍କୀ ଡାକ୍ତରଖାନାର ଶବ ସଂରକ୍ଷଣ ପ୍ରକୋଷ୍ଠରେ ଶବକୁ ରଖାଯାଇଛି ଏବଂ ଘଟଣାର ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories