www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରାହକ ବେଶରେ ଆସି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ସମ୍ବଲପୁର: ସମ୍ବଲପୁରର ଅତ୍ୟନ୍ତ ବ୍ୟସ୍ତବହୁଳ ବୈଦ୍ୟନାଥ ଛକ ବାଙ୍କା ଗଳିରେ ଥିବା ମୁନ୍ଦ୍ରା ଜ୍ୱେଲର୍ସ ଦୋକାନରୁ ଗ୍ରାହକ ବେଶରେ ଆସି ୨ ଜଣ ଲୁଟିଆ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରି ନେଇଛନ୍ତି। ଦିନ ପ୍ରାୟ ୧ଟା ୪୦ ମିନିଟରେ ବୈଦ୍ୟନାଥ ଛକ ସ୍ଥିତ ମୁନ୍ଦ୍ର ଜ୍ୱେଲର୍ସ ଦୋକାନକୁ ୨ ଜଣ ଅଜଣା ବ୍ୟକ୍ତି ସୁନା ଅଳଙ୍କାର କିଣିବା ବାହାନାରେ ଆସିଥିଲେ। ଉଭୟ ମାସ୍କ ପରିଧାନ କରିଥିବା ବେଳେ ଜଣେ ଲୁଟେରା ମାସ୍କ ଓ ଟୋପି ପିନ୍ଧି ଦୋକାନକୁ ଆସି ଉପହାର ଦେବା ପାଇଁ ସୁନା ଅଳଙ୍କାର ଦେଖାଇବା ନିମନ୍ତେ କହିଥିଲେ। ସୁନା ଅଳଙ୍କାର ଦେଖିବା ସମୟରେ ଜଣେ ବ୍ୟକ୍ତି ଆନୁମାନିକ ୩ ଶହ ଗ୍ରାମର ସୁନା ଚେନ ଥିବା ଏକ ବାକ୍ସ ଧରି ସେଠାରୁ ପଳାଇଯାଇଥିଲା। ସୁନା ଅଳଙ୍କାର ଦୋକାନର ମ୍ୟାନେଜର ରଞ୍ଜନ ସେଠ, ଏ ସର୍ମ୍ପକରେ ଜାଣିବା ପରେ ତୁରନ୍ତ ସେମାନଙ୍କୁ ପିଛା କରିଥିବା ବେଳେ ବଡ ସଡକ ଦେଇ ମ୍ୟୁନିସିପାଲିଟି ଛକ ପଟକୁ ଦ୍ରୁତଗତିରେ ଉଭୟ ଲୁଟେରା ଏକ ସ୍କୁଟିରେ ପଳାଇ ଯାଇଥିଲେ। ଅଳଙ୍କାର ଦୋକାନୀ ଟାଉନ ଥାନାକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟ ହୋଇଥିବା ସୁନା ଗହଣା ଗୁଡିକର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଦୋକାନକୁ ଆସିଥିବା ଜଣେ ଲୁଟେରା ଜଣକ ଟୋପି ଓ ମାସ୍କ ପିନ୍ଧିଥିବା ବେଳେ ଅନ୍ୟ ସାଥି ଜଣକ ହେଲମେଟ ପରିଧାନ କରି ଦୋକାନ ବାହାରେ ସ୍କୁଟି ଚାଲୁ ରଖି ଛିଡା ହୋଇଥିବାର ସିସିଟିଭିରୁ ଜଣାପଡିଛି। ଲୁଟ ଘଟଣାର ଲାଇଭ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଅନ୍ୟ ପକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲି ଥିବାରୁ ପୁଲିସ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଏକ ସବ ଇନିସପେକ୍ଟର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବାରୁ ପୁଲିସର ଢ଼ିଲା କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଉଛି।

 

- Advertisement -

ଏ ସର୍ମ୍ପକରେ ଦୋକାନ ମାଲିକ ବସନ୍ତ ମୁନ୍ଦ୍ରା କହିଛନ୍ତି ଯେ, ଦିନ ପ୍ରାୟ ୧ଟା ୪୦ରେ ଦୋକାନକୁ ଗ୍ରାହକ ବେଶରେ ଆସି ସୁନାଗହଣା ଦେଖାଇବାକୁ ଜଣେ ଲୁଟେରା କହିଥିଲା। ଏଣୁ ଦୋକାନର କର୍ମଚାରୀ ତାଙ୍କୁ ସୁନା ଅଳଙ୍କାର ଦେଖାଇବା ସମୟରେ ସେ ସୁନାଚେନ ଥିବା ବାକ୍ସକୁ ଧରି ହଠାତ ସେଠାରୁ ପଳାଇଯାଇଥିଲା। ୩ ଶହ ଗ୍ରାମର ସୁନା ଚେନ ଉକ୍ତ ବାକ୍ସରେ ଥିବା ବେଳେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ତେବେ ଷ୍ଟକ ଯାଞ୍ଚ ପରେ କେତେ ପରିମାଣରେ ସୁନା ଅଳଙ୍କାର ଲୁଟ ହୋଇଛି, ତାହା ଜଣାପଡିବ ବୋଲି ମାଲିକ ମୁନ୍ଦ୍ରା କହିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories