www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ ଆନ୍ତର୍ଜାତୀୟ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ .-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରରେ  ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତୀୟ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି କେନ୍ଦ୍ର ଭାରତର ଅର୍ଥନୈତିକ ପ୍ରଗତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ଭାରତର ସଚେତନତାକୁ ପ୍ରତିଫଳିତ କରିବ ଓ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ବ୍ୟବସାୟିକ ସୁଗମତା ଉପରେ ଗୁରୁତ୍ୱାରୋପ କରିବା ଲାଗି ସରକାରଙ୍କ ଲକ୍ଷ୍ୟର ଏହା ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି ।

- Advertisement -

ଦେଶର ବିକାଶ ପାଇଁ କେନ୍ଦ୍ର ସରକାର ଅଦ୍ଭୂତପୂର୍ବ ଭାବେ  ସଂଖ୍ୟାଧିକ ପ୍ରକଳ୍ପ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି  । ଏହି ପରିପ୍ରେକ୍ଷୀରେ, ସେ ଦୀର୍ଘତମ ସୁଡ଼ଙ୍ଗ, ଦୀର୍ଘତମ ଗ୍ୟାସ ପାଇପଲାଇନ, ସର୍ବବୃହତ ମୋବାଇଲ ଉତ୍ପାଦନ ୟୁନିଟ ଏବଂ ପ୍ରତିଟି ପରିବାରକୁ ବିଦ୍ୟୁତ ସଂଯୋଗ ସମେତ ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହା ନୂତନ ଭାରତର ସାମର୍ଥ୍ୟ, ସ୍ତର ଏବଂ ଗତିକୁ ପ୍ରତିଫଳନ କରୁଛି ।

ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ ପାଇଁ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ବର୍ତ୍ତମାନର ସରକାର ଦେଶର ସ୍ୱାର୍ଥ ପାଇଁ କଠୋର ନିଷ୍ପତ୍ତି ନେବାରେ ସଂକୋଚ ଅନୁଭବ କରିନଥିଲେ ବୋଲି ସେ ସୂଚନା ଦେଇଛନ୍ତି  । ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଉଥିବା କାରଣରୁ ଗତ ଚାରି ବର୍ଷ ମଧ୍ୟରେ ସାମଗ୍ରୀକ ପ୍ରଗତି ହୋଇପାରିଛି । ବ୍ୟାପକ ଆହ୍ୱାନ ସତ୍ତ୍ୱେ ଅର୍ଥବ୍ୟବସ୍ଥା ଦୃଢ଼ ସ୍ଥିତିରେ ରହିଛି । “ବ୍ୟବସାୟିକ ସୁଗମତା” ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଥିଲେ ଯେ ସରକାର ଏହି ପ୍ରୟାସକୁ ଜିଲ୍ଲାସ୍ତରକୁ ନେବା ଦିଗରେ କାର୍ଯ୍ୟ କରୁଛନ୍ତି  ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories