www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ: ୩୭ନଂ ଜୋନ ନିର୍ବାଚନୀ ପ୍ରଚାରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ବାଙ୍କୀ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ବାଙ୍କୀ ଗସ୍ତରେ ଆସି ଦଳ ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଡମପଡା ବ୍ଲକ ଅନ୍ତର୍ଗତ ଜାତମୁଣ୍ଡିଆ ଗୋଲେଇ ଛକଠାରେ ବିଜେପି ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ସ୍ୱାଗତ କରାଯାଇଛି। ଶତାଧିକ ମୋଟରସାଇକେଲରେ ଦଳୀୟ କର୍ମୀମାନେ ଜାତମୁଣ୍ଡିଆଠାରୁ ଶ୍ରୀ ମହାନ୍ତିଙ୍କୁ ୩୭ନଂ ଜୋନର ଭୋଟରମାନଙ୍କୁ ଭୋଟ ଭିକ୍ଷା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଜୋନର ଶିମିଳିପୁର, ହରିରାଜପୁର, ବିଲିପଡା, ଗୋପାଳପୁର, ଢଁସର, ତୁଳସୀପୁର, ନରାଗାଙ୍ଗ, ରଗଡି ଓ ଦୁର୍ଗାପୁର ପଞ୍ଚାୟତରେ ପହଞ୍ଚି ଜିଲ୍ଲାପରିଷଦ ପ୍ରାର୍ଥିନୀ ସଂଗୀତା ପ୍ରିୟଦର୍ଶିନୀ ସାହୁ ଏବଂ ପ୍ରତି ପଞ୍ଚାୟତରେ ଦଳସମର୍ଥନରେ ନିର୍ବାଚନ ଲଢୁଥିବା ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରି ୩୭ନଂ ଜୋନର ବିକାଶରେ ସହଯୋଗ କରିବା ପାଇଁ ଯୋଡହସ୍ତରେ ନିବେଦନ କରିଥିଲେ। ଖୋଲା ପ୍ରଚାର ଗାଡିରେ ଶ୍ରୀ ମହାନ୍ତିଙ୍କ ସହ ଜିଲ୍ଲାପରିଷଦ ପ୍ରାର୍ଥିନୀ ସଂଗୀତା ପ୍ରିୟଦର୍ଶିନୀ ସାହୁ ଏବଂ ବିଭିନ୍ନ ପଞ୍ଚାୟତରେ ଲଢୁଥିବା ସରପଞ୍ଚ ଓ ସମିତିସଭ୍ୟମାନେ ଯୋଡହସ୍ତରେ ଭୋଟ ଭିକ୍ଷା କରିଥିଲେ। ଆଗାମୀ ୨୨ତାରିଖରେ ଏହି ଜୋନର ୩୭ହଜାର ୮୭୮ଜଣ ଭୋଟର ୧୨୫ଟି ୱାର୍ଡରୁ ୫୨ଟି ଭୋଟ କେନ୍ଦ୍ରରେ ମତଦାନ କରି ନିଜର ନିର୍ଣ୍ଣାୟକ ପ୍ରାର୍ଥୀ ଚୟନ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି। ମୋଟର ସାଇକେଲ ଶୋଭାଯାତ୍ରାରେ ସିମିତ ରହଣି ସ୍ଥାନରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ଭାରତବର୍ଷକୁ ସଫଳ କରିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଓ ବିଜେପିରୁ ପଦ୍ମ ଚିହ୍ନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଶୋଭାଯାତ୍ରାରେ ମଣ୍ଡଳ ସଭାପତି ବିପ୍ରବର ଲେଙ୍କା, ସୀତାକାନ୍ତ ମିଶ୍ର, ଉତ୍କଳ ମନ୍ତ୍ରୀ, ସଞ୍ଜୟ କୁମାର ରଣା, ପ୍ରଭାକର ଜେନା, ପ୍ରସନ୍ନ କୁମାର ମନ୍ତ୍ରୀ, ମନୋଜ କୁମାର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories