www.samajalive.in
Monday, December 8, 2025
14.1 C
Bhubaneswar

ଡାକ୍ତରଙ୍କ ଘରେ ଚଢଉ ନଗଦ କୋଟିଏ ଟଙ୍କା ଜବତ- ପ୍ରସବ କରାଇବା ପାଇଁ ମାଗୁଥିଲେ ଟଙ୍କା

ଭୁବନେଶ୍ୱର – ଡାକ୍ତରଙ୍କ ଘରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ତାଙ୍କ ଘରୁ କୋଟିଏ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ପୁରୀ ଜିଲ୍ଲା କଣାସ ଚାରିଛକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁକାନ୍ତ କୁମାର ଜେନା ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି । ଜଣଙ୍କର ପ୍ରସବ କରାଇବା ପାଇଁ ଡାକ୍ତର ୮ ହଜାର ଟଙ୍କା ମାଗିଥିଲେ । ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ । ଅସ୍ତ୍ରୋପଚାର ପରେ ୫ ହଜାର ଟଙ୍କା ନେବେ ବୋଲି କହିଥିଲେ ।

ଅଭିଯୋଗ ପରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଡାକ୍ତରଙ୍କ ଭୁବନେଶ୍ୱର ପଟିଆରେ ଥିବା ବାସଭବନରେ ଚଢଉ କରିଥିଲେ । ସେଠାରୁ କୋଟିଏ ଟଙ୍କା ନଗଦ ଜବତ କରାଯାଇଛି । ଜବତ ହୋଇଥିବା ଟଙ୍କାର ମୂଲ୍ୟ ଏକ କୋଟି ୧୨ ଲକ୍ଷ ଟଙ୍କା । ଟଙ୍କା ଗଣିବା ପାଇଁ ମେସିନ୍‌ ବ୍ୟବହାର କରାଯାଉଛି । ଚଢଉ ଜାରି ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories