www.samajalive.in
Monday, December 8, 2025
16.1 C
Bhubaneswar

ମୋଦୀଙ୍କୁ ଚିଠି ଲେଖିଲେ ପାକ୍‍ ପ୍ରଧାନମନ୍ତ୍ରୀ ଇମରାନ୍‍

ନୂଆଦିଲ୍ଲୀ: ଭାରତ ପାକ୍ ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଇମରାନ ଖାନ ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରି ଚିଠି ଲେଖିବା ପରେ ପାକ୍‍ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଭାରତର ପ୍ରତିପକ୍ଷଙ୍କୁ  ଏହା ଥିଲା ପ୍ରଥମ ଚିଠି। ଏହି ଚିଠିରେ ଇମରାନ ମୋଦୀଙ୍କ ଅଭିନନ୍ଦନର ଉତ୍ତର ରଖି ଧନ୍ୟବାଦ ଜଣାଇବା ସହ ଦିବଂଗତ ନେତା ଅଟଳବିହାରୀ ବାଜପେୟୀଙ୍କ ନିଧନରେ ଦୁଃଖ ପ୍ରକାଶ କରିଛନ୍ତି।
ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘର ସାଧାରଣ ପରିଷଦ ବୈଠକ ପୂର୍ବରୁ ଭାରତ-ପାକ୍‌ ବୈଦେଶିକ ସଚିବ ସ୍ତରୀୟ ଏକ ବୈଠକ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଇମ୍‌ରାନ୍‌। ଇମରାନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକ୍‍ ବୈଦେଶିକ  ମନ୍ତ୍ରୀ ମେହେମ୍ମୁଦ କ୍ୱିରେସୀଙ୍କ ମଧ୍ୟରେ ବୈଠକ ପାଇଁ ସେ ଚାହୁଁଛନ୍ତି। ଉଭୟ ଦେଶର ସାମ୍ପ୍ରଦାୟିକ ପରିସ୍ଥିତି ଓ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ପାଇଁ ପାକ୍‍ ପ୍ରସ୍ତୁତ ଥିବାରୁ ଏହି ବୈଠକରେ ସେ ସଂକ୍ରାନ୍ତରେ ଆଲୋଚନା କରାଯିବା ଉଚିତ। ସେହିପରି ଜମ୍ମୁ-କାଶ୍ମୀର ଓ ସିଆଚୀନ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ତିକ୍ତତାକୁ ସୁଧାରିବା କ୍ଷେତ୍ରରେ ଆଲୋଚନା ଆରମ୍ଭ କରିବାକୁ ଇମରାନ ଚିଠିରେ ଉଲ୍ଲେଖ କରିଛନ୍ତି।
ଏହା ବ୍ୟତୀତ ଉଭୟ ଦେଶର ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ବୃଦ୍ଧି, ଧାର୍ମିକ ପର୍ଯ୍ୟଟନର ବିକାଶ ଓ ମାନବ ସମ୍ବଳ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଇମରାନ ଆଗ୍ରହୀ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories