ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ବିବେକ ବିହାର ଘର ନଂ ଏମଆଇଜି ୯ ଭଡ଼ା ଘରେ ରହୁଥିବା ବିରଞ୍ଚି ନାରାୟଣ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ ପକ୍ଷରୁ କେସ ନଂ ୩୦/୨୨ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପୁଲିସ୍ କହିଛି। ବିରଞ୍ଚି ପଣ୍ଡା ଗତ ୧୨ ତାରିଖରେ କୌଣସି କାମରେ ନିଜ ଗ୍ରାମକୁ ଯାଇଥିଲେ। ଆଜି ସକାଳେ ପହଞ୍ଚି ଦେଖିଲା ବେଳକୁ ଘରର ତାଲା ଭଙ୍ଗା ଯିବା ସହ ଆଲମାରୀ ଭାଙ୍ଗି ସେଥିରେ ଥିବା ୫୦ ଗ୍ରାମ ସୁନା, ୫୦୦ ଗ୍ରାମ ରୂପା ଓ ନଗଦ ୫୦ ହଜାର ଟଙ୍କା ଦୁର୍ବୃତ୍ତ ଲୁଟିଥିବା ନେଇଥିଲେ। ଏ ସଂକ୍ରାନ୍ତରେ ସେ ଆଜି ଥାନାରେ ଅଭିଯୋଗ ହୋଇଛି। ଆଜି ଅପରାହ୍ଣରେ ସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ୍ ତଦନ୍ତ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି।
Popular Categories



