www.samajalive.in
Sunday, December 7, 2025
26.1 C
Bhubaneswar

ନାଚିବାକୁ ନେଇ କନ୍ୟା ଓ ବରପକ୍ଷ ମାର୍‌ପିଟ୍‌ – ବରପକ୍ଷରୁ ଜଣେ ମୃତ

ଲକ୍ଷ୍ମୌ – ବରଯାତ୍ରୀରେ ନାଚିବାକୁ ନେଇ ମାରପିଟ୍‌ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଘଟଣା ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଘଟିଛି।
ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ବରଯାତ୍ରୀମାନେ ନାଚଗୀତ କରି ଆସୁଥିବା ସମୟ‌ରେ ଗଣ୍ଡଗୋଳ ହୋଇଯାଇଥିଲା। ଏହି ଗଣ୍ଡଗୋଳରେ କନ୍ୟାଘର ଲୋକ ଜଣେ ବରଯାତ୍ରୀଙ୍କୁ ମାଡ଼ମାରି ଗୁରୁତର କରିଥିଲେ। ବାରବାଙ୍କୀ କୋଟଓ୍ୱାଲୀର ସ୍ୱାମୀନାଥଙ୍କ ଝିଅର ବାହାଘର ଥିଲା। ଏହି ସମୟରେ ବରଯାତ୍ରୀ ନାଚି ନାଚି ଆସୁଥିଲେ ।

 

- Advertisement -

ବରଯାତ୍ରୀ ଆସୁଥିବା ବେଳେ କନ୍ୟା ଘରର କିଛି ଯୁବକ ସେଠାରେ ପହଞ୍ଚି ନାଚ ଆରମ୍ଭକରିଥିଲେ । ଏଥିରୁ ସେଠାରେ କଥାକଟା କଟି ପରେ ମାର୍‌ପିଟ୍‌ ହୋଇଥିଲା।

ମାରପିଟ୍‌ରେ ବରପକ୍ଷର ସୁନୀଲ ଚୌହ୍ୱାନ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲା । ତାଙ୍କୁ ବରପକ୍ଷ ଲୋକ ଉଦ୍ଧାରକରି ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କନ୍ୟାପକ୍ଷର କିଛି ଲୋକଙ୍କୁ ଥାନାରେ ଅଟକ ରଖାଯାଇଛି ।

ଏହାପରେ ଗ୍ରାମରେ ବାହାଘର ଉତ୍ସବ ଫିକା ପଡିଯାଇଥିବା ସୂଚନା ମିଳିଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories