www.samajalive.in
Sunday, December 7, 2025
13.1 C
Bhubaneswar

ବେତନଟୀ : ୫ମ ଦିନରେ ଜମିପଟ୍ଟା ପାଇଁ ଧାରଣା

ବଡ଼ସାହି : ନିଜର ଜମିପଟ୍ଟା ପାଇଁ ଦୀର୍ଘ ୨୭ବର୍ଷର ଅପେକ୍ଷା ପରେ ଜନସାଧାରଣଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଏଥିପାଇଁ ବେତନଟୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଧାରଣା ୫ମ ଦିନରେ ପହଞ୍ଚିଛି। ବେତନଟୀ ଓ ଭୋଗବାଟୀ ମୈାଜାରେ ଜମିପଟ୍ଟା ମିଳୁନଥିବାରୁ ପିଲାମାନଙ୍କ ଉଚ୍ଚଶିକ୍ଷା ଏବଂ ଚାକିରୀ ନିମନ୍ତେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ଉଚ୍ଚଶିକ୍ଷା ତଥା ଅନ୍ୟାନ୍ୟ ସୁବଧା ସୁଯୋଗ ପାଇଁ ବେତନଟୀରେ ଜାଗା କିଣି ବସବାସ କରୁଥିବା ଜମିମାଲିକଙ୍କର ଏ ହେଉଛି ବର୍ଷବର୍ଷର ଦୁର୍ଦ୍ଦଶା। କେବଳ କେତୋଟି ନର୍ଦ୍ଦିଷ୍ଟ କିଛି ବିବାଦୀୟ ଜମି ଉଚ୍ଚନ୍ୟାୟଳୟରେ ବିଚାରାଧୀନ ଥିବାରୁ ସମଗ୍ର ମୈାଜାର ପଟ୍ଟା ପ୍ରଦାନ ବନ୍ଦ ଥିବା ଜଣାଯାଇଛି। ଜନସାଧାରଣଙ୍କ ପକ୍ଷରୁ ଜିଲପାଳଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଜନସାଧାରଣ। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଧାରଣା ପ୍ରଶାସନ ବେଖାତିର କଲେ ସମସ୍ତେ ବାଧ୍ୟହୋଇ ଆମରଣ ଅନଶନରେ ବସିବେ ବୋଲି ଅନିଲ କୁମାର ବଳବନ୍ତରାୟ ଚେତାବନୀ ଦେଇଛନ୍ତି। ୫ଦିନର ଧାରଣା ମଧ୍ୟରେ ସେମାନଙ୍କ ନିକଟକୁ ଆଲୋଚନା ପାଇଁ କେହି ନଆସିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଧାରଣାରେ ବେତନଟୀର ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ସମେତ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଅବସର ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ରଜତ ନାଥ, କାଦେ ହେମ୍ବ୍ରମ, କାହ୍ନୁ ଦାଶ, ଦୀପାଂଶୁ ପଣ୍ଡା, ବାବୁଲି ପରିଡା, ବାବୁ ଖୀଲାର, ଦିପ୍ତୀକାନ୍ତ ଜେନା ଓ ବାବୁ ବେହେରା ନେତୃତ୍ୱ ନେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories