www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କୁ ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ତତ୍କାଳୀନ କୋକସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୯୯୫ ଏବଂ ୨୦୦୦ ମସିହାରେ ଦୁଇଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ରୋଶନୀ ସିଂହଦେଓଙ୍କ ବିୟୋଗରେ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରକାଶ କରିବା ସହ ଆଜି ପୂର୍ବାହ୍ନରେ ସ୍ୱର୍ଗତା ସିଂହଦେଓଙ୍କ ମରଶରୀରକୁ ବିଧାନସଭା ପରିସରକୁ ଅଣାଯିବା ପରେ ସେଠାରେ ବାଚସ୍ପତି ଡ. ପାତ୍ର ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ୧୯୪୦ ମସିହାରେ ଜନ୍ମିତ ସ୍ୱର୍ଗତା ସିଂହଦେଓଙ୍କ ସ୍ୱାମୀ ଚନ୍ଦ୍ରଭାନୁ ସିଂହଦେଓ ଏକ ରାଜନୈତିକ କନ୍ଦଳରେ ମୃତ୍ୟୁବରଣ କରିବା ପରେ ପ୍ରଥମେ ଜନତାଦଳ ଏବଂ ପରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥ#ଲୋ ପରବର୍ତ୍ତୀ ସମୟରେ ତାଙ୍କର ପୁତ୍ର ପୁଷ୍ପେନ୍ଦ୍ର ସିଂହଦେଓ କୋକସରା ବିଧାନସଭା କ୍ଷେତ୍ର ପୁନର୍ଗଠନ ପରେ ଧର୍ମଗଡ଼ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତିା

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories