www.samajalive.in
Sunday, December 14, 2025
19.1 C
Bhubaneswar

ଜିଲା ପରିଷଦ ୧୧ ନମ୍ବର ଜୋନ: ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୪ ଗିରଫ

ଚୌଦ୍ୱାର: କଟକ ଜିଲା ପରିଷଦର ୧୧ନମ୍ବର ଜୋନ୍ ପାଇଁ ବିଜେଡ଼ି ଓ ବିଜେପି ପ୍ରାଥିଙ୍କ ମଧ୍ୟରେ କଡା ମୁକାବିଲା ହେଉଥିବା ବେଳେ ଉଭୟ ଦଳର ପ୍ରାର୍ଥି ଓ କର୍ମୀମାନେ ପ୍ରଚାର ସମୟରେ ସାମ୍ନାସାମ୍ନି ହେଉଥିବା ଓ କଳି ଝଗଡ଼ା ଲାଗୁଥିବା ନୀତି ଦିନିଆ ଘଟଣା ହୋଇଛି। ସୋମବାର ଗ୍ରାମର ଏକ ପୂର୍ବ ସମସ୍ୟାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ବଚଷା ହେବା ଓ ଏହାପରେ ଉକ୍ତ ଘଟଣାଟି ଥାନାକୁ ଆସିଥିଲା। ଉଭୟ ପକ୍ଷର ଅଭିଯୋଗ ପରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।
ପ୍ରକାଶଯେ ଏହି ଜୋନର ଜିଲା ପରିଷଦ ପ୍ରାର୍ଥି ଭାବେ ବିଜେଡି ଦଳର ପୂର୍ବତନ ସରପଞ୍ଚଙ୍କ ପତ୍ନୀ ଜୋତ୍ସ୍ନାରାଣି ସୁବୁଦ୍ଧିରାୟ ପ୍ରାର୍ଥି ହୋଇଥିବା ବେଳେ ବିଜେପିର ସ୍ଥାନୀୟ ବରିଷ୍ଠ ନେତା ବିପିନ ସ୍ୱାଇଁଙ୍କ ପତ୍ନୀ ଆର୍ଯ୍ୟବାଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି। ବିଗତ ୫ବର୍ଷରେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ବିକାଶର ବାର୍ତ୍ତା ନେଇ ଜୋତ୍ସ୍ନାରାଣୀ ନିଜର ନିର୍ବାଚନୀ ପ୍ରଚାର ଚଳାଉଥିବା ବେଳେ ଭାଜପା ପ୍ରାର୍ଥୀ ଓ ସେମାନଙ୍କର କର୍ମୀମାନେ ପଞ୍ଚାୟତରେ ଭତ୍ତା, ଇନ୍ଦିରା ଆବାସ, ରାସନକାର୍ଡ ଆଦିରେ ବ୍ୟାପକ ଚଞ୍ଚକତା ହୋଇଥିବା କହି ଲୋକମାନଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଚଳାଇଛନ୍ତି।

 

- Advertisement -

ସୋମବାର ବିଧାୟକ ସୌଭିକ ବିଶ୍ୱାଳ ଦଳ ସମର୍ଥିତ ଜିଲା ପରିଷଦ, ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥିଙ୍କୁ ନେଇ ବାଣୀପଦାରେ ପ୍ରଚାର କରୁଥିବା ବେଳେ ୨ବର୍ଷ ତଳେ ଗାଁର ଏକ ସ୍ଥାନରୁ ମାଟି ଉଠାଇ ନେଇ ଅନ୍ୟଏକ ସ୍ଥାନରେ ସରପଞ୍ଚ ପକାଇଥିବା ଓ ସେହି ସ୍ଥାନକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏଯାବତ୍ ସରପଞ୍ଚ ତାହା ପୂରଣ କରିନଥିବା ବିଜେପି କର୍ମୀମାନେ ବିଧାୟକଙ୍କ ଉପସ୍ଥିତିରେ ସରପଞ୍ଚକୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଉଭୟ ପକ୍ଷରୁ ଥାନାରେ ୨ଟି ଅଭିଯୋଗ କରାଯାଇଥିଲା। ଫଳରେ ପୁଲିସ ୩ଜଣ ଭାଜପା କର୍ମୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ। ଏହାର ବିରୋଧ କରି ମଙ୍ଗଳବାର ଶତାଧିକ ବିଜେପି କର୍ମୀ ଥାନାରେ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଥିଲେ। ବୁଧବାର ଦିନ ବିଜେଡ଼ିର ଜଣେ କର୍ମୀଙ୍କୁ ପୁଲିସ୍ ଗିରଫ କରିବା ସହିତ ଗୁରୁବାର ଦିନ ମୋଟ ୪ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories