www.samajalive.in
Tuesday, December 9, 2025
16.1 C
Bhubaneswar

କୁଳପତିଙ୍କ ଲିଖିତ ଅନୁରୋଧ ରଖିଲେ କୁଳାଧିପତି, ଅବ୍ୟାହତି ପାଇଁ ଦେଲେ ଅନୁମତି

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କାର୍ୟ୍ୟରତ ଥିବା କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩୦ ତାରିଖରେ ଶେଷ ହେଉଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ୨୦୧୯ ଅକ୍ଟୋବର ମାସରେ ଆଇଆଇଟି ରୁରକିରେ ନିର୍ଦେଶକ ଭାବରେ କାର୍ୟ୍ୟ କରୁଥିବା ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତି ଦିଆଯାଇଥିଲା। ଏହା ମଧ୍ୟରେ ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଫେସର ଚକ୍ରପାଣିଙ୍କ ତିନିବର୍ଷ କାର୍ୟ୍ୟକାଳ ସରିବା ସହ ତାଙ୍କ ସ୍ଥାନରେ ନୂଆ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଥାନ୍ତା। କିନ୍ତୁ କୁଳପତି ପ୍ରଫେସର ଚକ୍ରପାଣିଙ୍କ କାର୍ଯ୍ୟକାଳ ଆହୁରି ୫ ମାସ ରହିଥିବା ବେଳେ ନିଜର‌ ବ୍ୟକ୍ତିଗତ କାର୍ଯ୍ୟ ନିମନ୍ତେ ତାଙ୍କୁ ତାଙ୍କ ପଦବୀରୁ ଅବ୍ୟାହତ ଦେବା ନିମନ୍ତେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ପକ୍ଷରୁ କୁଳପତି ପ୍ରଫେସର ଚକ୍ରପାଣିଙ୍କୁ ଆସନ୍ତା ଏପ୍ରିଲ ୩୦ ତାରିଖରେ କୁଳପତି ଦାୟିତ୍ବରୁ ଅବ୍ୟାହତ ଦିଆଯାଉଥିବା ନେଇ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏହା ସହ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ନଂ ୪୭୨୬ ପ୍ରକାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ସହ ଆଶାୟୀ ଆବେଦନ କାରୀମାନେ ଆସନ୍ତା ମାର୍ଚ୍ଚ ୭ ତାରିଖ ସୁଦ୍ଧା ଉପଯୁକ୍ତ ଫର୍ମାଟରେ ଆବେଦନ କରିବାକୁ ଉଲ୍ଲେଖ କରାଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories