www.samajalive.in
Tuesday, December 9, 2025
26.1 C
Bhubaneswar

ଭୋଜନ ସମୟରେ କିଛି ଜଣାଅଜଣା କଥା

ଭୋଜନ କରିବା ସମୟରେ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ଭୋଜନ କରନ୍ତୁ।

ଜୋତା ଚପଲ ପିନ୍ଧି ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନି ହୋଇଥାଏ। ଧନର ଅଭାବ ଲାଗି ରହିଥାଏ।

- Advertisement -

ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି , ଖଟ କିମ୍ବା କୌଣସି ଆରମ କରିବା ସ୍ଥାନରେ ଖାଦ୍ୟ ଖାଆନ୍ତି, ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଏହାସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଅନେକ ଲୋକେ ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବାକୁ ପସନ୍ଦ କରନ୍ତି। ଏଭଳି ସମୟରେ ସେମାନେ ବିଛଣାରେ ହିଁ ଖାଦ୍ୟ ଖାଇବାକୁ ଆରମ୍ଭ କରିଥାଆନ୍ତି। ଏପରି କରିବା ଦ୍ୱାରା ମସ୍ତିଷ୍କରେ କୁପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ନିଦ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ମନ ବିଚଳିତ ମଧ୍ୟ ହୋଇଥାଏ।

ବିଛଣାରେ ଭୋଜନ କରିବା ଦ୍ୱାରା ଚଦରରେ ଖାଦ୍ୟର ଅଂଶ ପଡିଥାଏ। ଯାଦ୍ୱାରା ଖଟରେ ପିମ୍ପୁଡି ଓ ଅସରପା ମଧ୍ୟ ହୁଅନ୍ତି। ବିଭିନ୍ନ ରୋଗ ଜୀବାଣୁ ମଧ୍ୟ ସୃଷ୍ଟି ହୁଅନ୍ତି।

ବସିକରି ଖାଦ୍ୟ ଖାଇବାର ମଧ୍ୟ ଏକ ପ୍ରଣାଳୀ ରହିଛି। ଖାଦ୍ୟ ଖାଇବା ସମୟରେ ସଠିକ ଭାବେ ବସି ନଖାଇଲେ ତାହା ଭଲ ଭାବେ ହଜମ ହୋଇନଥାଏ। ଫଳରେ ପାଚନ ଜନିତ ବହୁ ସମସ୍ୟା ସୃଷ୍ଟି କରିଥାଏ। ଗ୍ୟାଷ୍ଟ୍ରିକ, ପେଟରେ ଯନ୍ତ୍ରଣା, ଆଦି ହୋଇଥାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କେବେ ଖଟରେ ଆପଣ ଖାଦ୍ୟ ଖାଇଛନ୍ତି, ତୁରନ୍ତ ଚଦରକୁ ବଦଳାଇ ଦିଅନ୍ତୁ। ନଚେନ ଶରୀରରେ ରୋଗ ଲାଗିରହିଥାଏ।

ତେଣୁ ବିଛଣାରେ ଖାଦ୍ୟ ଖାଆନ୍ତୁ ନାହିଁ।

ଅଁଇଠା ହାତରେ ଘିଅ କିମ୍ବା କ୍ଷୀରକୁ ସ୍ପର୍ଶ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ଅଭାବ ହୋଇନଥାଏ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories