www.samajalive.in
Monday, December 15, 2025
15.1 C
Bhubaneswar

ଫେବୃଆରୀ ୧୦ରୁ ରଣଜୀ ଟ୍ରଫି; ଗ୍ରୁପ୍‌ ‘ଡି’ରେ ଓଡ଼ିଶା

ମୁମ୍ବଇ : କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ବେ ୨୦୨୧-୨୨ ଋତୁର ଦେଶର ପ୍ରମୁଖ ଘରୋଇ ପ୍ରଥମଶ୍ରେଣୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ କିଛିଦିନ ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା। ଗୁରୁବାର ବିସିସିଆଇ ପକ୍ଷରୁ ବିଭିନ୍ନ ଗ୍ରୁପ୍‌ ଓ ମ୍ୟାଚ୍‌ସବୁ ଆୟୋଜନ କରିବାକୁ ଥିବା ୯ଟି ସହରର ତାଲିକା ଘୋଷଣା କରିଛି। ଏହା ଅନୁସାରେ ଆମ ରାଜ୍ୟ ଓଡ଼ିଶାର ରଣଜୀ ଦଳ ଗ୍ରୁପ୍‌ ‘ଡି’ରେ ସ୍ଥାନପାଇଛି। ୧୬ରୁ ଏହି ଗ୍ରୁପ୍‌ର ମ୍ୟାଚ୍‌ସବୁ ଅହମ୍ମଦାବାଦରେ ଖେଳାଯିବ। ଗ୍ରୁପ୍‌ ‘ଡି’ରେ ଓଡ଼ିଶା ସହ ଥିବା ଦଳମାନେ ହେ​‌େ​‌ଲ ଗତଥରର ଚମ୍ପିଆନ୍ ସୌରାଷ୍ଟ୍ର, ସର୍ବାଧିକ ଥର ରଣଜୀ ଚମ୍ପିଆନ୍ ମୁମ୍ବଇ ଓ ଗୋଆ। ଚଳିତବର୍ଷ କରୋନା ସଂକ୍ରମଣ ଏବଂ ମାର୍ଚ୍ଚ ୨୭ରୁ ଆଇପିଏଲ୍‌ ଆରମ୍ଭହେବାର ଥିବାରୁ ରଣଜୀ ଟ୍ରଫିକୁ ୨ଟି ପର୍ଯ୍ୟାୟରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ଲିଗ୍‌ ପର୍ଯ୍ୟାୟ ଖେଳାଯିବ। ପ୍ଲେଟ୍‌ ଗ୍ରୁପ୍‌ର ଲିଗ୍ ପର୍ଯ୍ୟାୟ ଫେବୃଆରୀ ୧୦ରୁ ଏବଂ ଏଲିଟ୍‌ ଗ୍ରୁପ୍‌ର ଲିଗ୍‌ ପର୍ଯ୍ୟାୟ ଫେବୃଆରୀ ୧୬ରୁ ଆରମ୍ଭହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ଆଇପିଏଲ୍‌ ପରେ ୨ୟ ପର୍ଯ୍ୟାୟ ମେ’ ୩୦ରୁ ଆରମ୍ଭହୋଇ ଜୁନ୍‌ ୨୬ ପର୍ଯ୍ୟନ୍ତ ଚାଲିବ। ଦିନେ/୨ଦିନ ମଧ୍ୟରେ ରଣଜୀ ଟ୍ରଫିର ଖେଳସୂଚୀ ପ୍ରକାଶ କରାଯିବ ବୋଲି ସମସ୍ତ ଅନୁବନ୍ଧିତ କ୍ରିକେଟ ସଂଘକୁ ଇ-ମେଲ୍‌ ଜରିଆରେ ବିସିସିଆଇ ସମ୍ପାଦକ ଜୟ ଶାହା ଗୁରୁବାର ଜଣାଇ ଦେଇଛନ୍ତି।
ଏଥର ରଣଜୀ ଟ୍ରଫିରେ ମୋଟ ୩୮ଟି ଦଳ ୯ଟି ସ୍ଥାନରେ ଲିଗ୍‌ ପର୍ଯ୍ୟାୟ ଖେଳିବେ। ଏଲିଟ୍‌ ଗ୍ରୁପ୍‌ରେ ମୋଟ ୩୨ଟି ଦଳଙ୍କୁ ୮ଟି ଗ୍ରୁପ୍‌ରେ ରଖାଯାଇଛି। ପୁଣି ବାକି ୬ଟି ଦଳଙ୍କୁ ପ୍ଲେଟ୍‌ ଗ୍ରୁପ୍‌ରେ ରଖାଯାଇଛି। ଏଲିଟ୍‌ ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିବେ। ଏଲିଟ୍‌ ଗ୍ରୁପ୍‌ ମ୍ୟାଚ୍‌ସବୁ ଆୟୋଜନ କରିବାକୁ ଥିବା ସହର ହେଲେ ରାଜକୋଟ, କଟକ, ଚେନ୍ନଇ, ଅହମ୍ମଦାବାଦ, ତିବେନ୍ଦ୍ରମ୍, ଦିଲ୍ଲୀ, ହରିୟାଣା ଓ ଗୁଆହାଟୀ। ପ୍ଲେଟ୍‌ ଗ୍ରୁପ୍‌ର ମ୍ୟାଚ୍‌ସବୁ କଲକାତାରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ପ୍ରତି ଗ୍ରୁପ୍‌ରେ ସବୁ ଦଳ ପରସ୍ପର ବିପକ୍ଷରେ ଥରେ ଲେଖାଏଁ ଖେଳିବେ। ଏଲିଟ୍‌ର ୮ଟି ଗ୍ରୁପ୍‌ରୁ ଏଥର ୭ଟି ଦଳ କ୍ବାର୍ଟରଫାଇନାଲ ଖେଳିବେ। ଅର୍ଥାତ୍‌ ଏଲିଟ୍‌ ଗ୍ରୁପ୍‌ରେ ଚମ୍ପିଆନ୍ ହୋଇଥିବା ଦଳ କ୍ବାର୍ଟରଫାଇନାଲ ଖେଳିବା ନିଶ୍ଚିତ ନୁହେଁ। ଏଲିଟ୍‌ରେ ୮ଟି ଗ୍ରୁପ୍‌ର ଚମ୍ପିଆନ୍ ଦଳଙ୍କ ମଧ୍ୟରୁ ଯେଉଁ ଦଳର ସର୍ବନିମ୍ନ ପଏଣ୍ଟ ଥିବ ଏବଂ ପଏଣ୍ଟ ସମାନ ଥିଲେ ସର୍ବନିମ୍ନ ନେଟ୍‌ ରନ୍‌ରେଟ୍‌ ରହିଥିବ; ଉକ୍ତ ଦଳ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବ। ଏଲିଟ୍‌ରୁ ୭ଟି ଓ ପ୍ଲେଟ୍‌ ଗ୍ରୁପ୍‌ର ଚମ୍ପିଆନ୍‌; ଏହିପରି ୮ଟି ଦଳକୁ ନେଇ ମେ’ ୩୦ରୁ କ୍ବାର୍ଟରଫାଇନାଲ ଆରମ୍ଭହେବ। ଉଭୟ ପର୍ଯ୍ୟାୟକୁ ମିଶାଇଲେ ଚଳିତବର୍ଷର ରଣଜୀ ଟ୍ରଫିରେ ୩୮ଟି ଦଳ ୬୨ ଦିନରେ ୬୪ଟି ମ୍ୟାଚ୍‌ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ୫୭ଟି ଏବଂ ନକ୍‌ଆଉଟ୍‌ ପର୍ଯ୍ୟାୟରେ ୭ଟି ମ୍ୟାଚ୍‌ ଖେଳାଯିବ।
ଏଥର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)କୁ ଏଲିଟ୍‌ ‘ବି’ ଗ୍ରୁପ୍‌ର ମ୍ୟାଚ୍‌ ଆୟୋଜନର ସୁଯୋଗ ଦେଇଛି ବିସିସିଆଇ। ଏହି ଗ୍ରୁପ୍‌ରେ ଥିବା ବଙ୍ଗଳା, ବରୋଦା, ହାଇଦରାବାଦ ଓ ଚଣ୍ଡିଗଡ଼ ଫେବୃଆରୀ ୧୬ରୁ କଟକ/ଭୁବନେଶ୍ବରର ୨ଟି ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳାଯିବ। ଓଡ଼ିଶାକୁ ରଣଜୀ ମ୍ୟାଚ ଆୟୋଜନ ସୁଯୋଗ ଦେଇଥିବାରୁ ବିସିସିଆଇକୁ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଧନ୍ୟବାଦ ଜଣାଇଛନ୍ତି। ରଣଜୀ ଟ୍ରଫି ଜାନୁଆରୀ ୧୩ରୁ ଆରମ୍ଭ ହେବାର ଥିଲା। ହେଲେ କରୋନା ସଂକ୍ରମଣରେ ବୃଦ୍ଧି ଘଟିବାରୁ ଏହାକୁ ବିସିସିଆଇ ସ୍ଥଗିତ ରଖିଥିଲା। ହେଲେ କରୋନା ସ୍ଥିତିରେ ଉନ୍ନତି ଘଟିଥିବାରୁ ରଣଜୀ ଟ୍ରଫିକୁ ଆରମ୍ଭ କରିବାକୁ ଯାଉଛି ବିସିସିଆଇ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories