ନୂଆଦିଲ୍ଲୀ : ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ଗାଡି ଉପରକୁ କେତେକ ଦୁର୍ବୃର୍ତ୍ତ ଗୁଳିମାଡ କରିଛନ୍ତି। ଏହି ଗୁଳିମାଡରେ ଓୱେସୀଙ୍କର କୌଣସି କ୍ଷତି ହୋଇ ନାହିଁ। ଗୁରୁବାର ଓୱେସୀ ଉତ୍ତରପ୍ରଦେଶ ମିରଟ୍ରେ ଏକ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ ଯୋଗେ ଦିଲ୍ଲୀ ଫେରୁଥିବାବେଳେ ଛାଜାର୍ସି ଟୋଲ ପ୍ଲାଜା ନିକଟରେ ତାଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିଲା। ଗୁଳିମାଡରେ ଓୱେସୀଙ୍କ କାର୍ ପଙ୍କଚର ହୋଇଯାଇଥିଲା। ତେବେ ପଛରେ ଆସୁଥିବା ତାଙ୍କ ଦଳର ନେତାଙ୍କ କାର୍ ଯୋଗେ ସେ ଦିଲ୍ଲୀ ଫେରିଥିଲେ। ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବାବେଳେ ତା’ଠାରୁ ଏକ ୯ଏମଏମ ପିସ୍ତଲ ଜବତ କରାଯାଇଛି। ଓୱେସୀ କହିଛନ୍ତି ଯେ ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର। ଏହି ପ୍ରସଙ୍ଗରେ ସେ ଲୋକସଭା ବାଚସ୍ପତିଙ୍କୁ ଭେଟିବେ ଓ ସ୍ବାଧୀନ ତଦନ୍ତ ନିମନ୍ତେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି।
Popular Categories



