www.samajalive.in
Wednesday, December 10, 2025
15.1 C
Bhubaneswar

୬ ହଜାର କାର୍ଡ ହଡ଼ପ ପରେ ଧରା ପଡ଼ିଲେ

ୱାଶିଂଟନ୍‍: ପ୍ରାୟ ୬ ହଜାର କାର୍ଡ ହଡ଼ପ କରିଥିଲେ ଜଣେ ପୋଷ୍ଟାଲ୍‍ କର୍ମଚାରୀ। ଗ୍ରେଟର ମିଲ୍‍ୱକି ଅଞ୍ଚଳରେ ନିୟୋଜିତ ଇବୋନୀ ସ୍ମିଥ୍‍ ନାମକ ଏହି କର୍ମଚାରୀ ଜଣକ ଗ୍ରୀଟିଂ କାର୍ଡ, ଗିଫ୍ଟ କାର୍ଡ,ଚେକ୍‍ ଏପରିକି ମନିଅର୍ଡର ମଧ୍ୟ ହଡ଼ପ କରୁଥିଲେ। ଅଭିଯୋଗ ଆସିବା ପରେ ଜାନୁଆରୀ ୨୫ ତାରିଖରେ ନିର୍ଦ୍ଦିଷ୍ଟ ଭାବେ ସେହି ଅଞ୍ଚଳର ଜଣେ ବାସିନ୍ଦାଙ୍କ ନିକଟକୁ ଏକ ଗ୍ରିଟିଂ କାର୍ଡ ଓ କିଛି ଅର୍ଥ ରାଶି ଏକ ଲଫାଫାରେ ଭର୍ତ୍ତି କରି କୋରିୟର ବିଭାଗ କର୍ତ୍ତୃପକ୍ଷ ପଠାଇଥିଲେ। ସ୍ମିଥ୍‍ଙ୍କ ପଛେ ପଛେ ଜଣେ ଗୁଇନ୍ଦା କର୍ମଚାରୀ ଯାଇଥିଲେ। କିଛି ବାଟ ଯିବା ପରେ ସ୍ମିଥ୍‍ ଉକ୍ତ ଲଫାଫାକୁ ଖୋଲି ସେଥିରୁ ଅର୍ଥରାଶି ବାହାର କରି ପୁଣି ସିଲ୍‍ କରୁଥିବା ଦେଖାଯାଇଥିଲା। ପ୍ରମାଣ ମିଳିବା ପରେ ତାଙ୍କୁ ଅଟକ ରଖାଯାଇଛି। ତାଙ୍କଠାରୁ ଅନେକ ବନ୍ଦ ଲଫାଫା ଉଦ୍ଧାର କରାଯାଇଛି। ତଦନ୍ତ ବେଳେ ସେ ପ୍ରାୟ ୬ ହଜାର କାର୍ଡ ହଡ଼ପ କରିଥିବା ସ୍ୱୀକାର କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories