ପ୍ରାଥମିକ ଶିକ୍ଷାର ଗତି କୁଆଡେ; ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ରେଙ୍ଗାଲି: ସରକାର ସମସ୍ତଙ୍କ ପାଇଁ ପ୍ରାଥମିକ ଶିକ୍ଷା ବାଧ୍ୟତା ମୂଳକ ବୋଲି ନିୟମ ପ୍ରଣୟନ କରି ଶିକ୍ଷାକୁ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ କରିଛନ୍ତି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବେଉଁରା ଗ୍ରାମରେ ଥିବା ୫ଟି ଶ୍ରେଣୀ ବିଶିଷ୍ଟ ପ୍ରାଥାମିକ ବିଦ୍ୟାଳୟରେ ଗତ ପ୍ରାୟ ୩ବର୍ଷ ହେଲା ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ଚାଲିଛି। ୫ଟି ଶ୍ରେଣୀରେ ୨୪ ଜଣ ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଜଣେ ଶିକ୍ଷକ ଏକାକି କିପରି ୫ଟି ଶ୍ରେଣୀର ଛାତ୍ର/ଛାତ୍ରୀଙ୍କୁ ଶିକ୍ଷଦାନ କରୁଥିବେ ତାହା ସହଯେ ଅନୁମେୟ। ଏହି ସ୍କୁଲରେ ଏଭଳି ଶିକ୍ଷକ ମରୁଡି ଦେଖି ପ୍ରାଥମିକ ଶିକ୍ଷାର ଗତି କୁଆଡେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ୧୯୫୬ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇ ଶିକ୍ଷାଦାନ କରୁଥିଲେ। କିନ୍ତୁ ପ୍ରାୟ ୩ବର୍ଷ ହେଲା ଜଣେ ଶିକ୍ଷକଙ୍କୁ ଏଠାରେୁ ଅନ୍ୟ ସ୍କୁଲ କୁ ଡେପୁଟେସନରେ ପଠାଇ ଦିଆଗଲା। ଫଳରେ ବର୍ଷାଧିକ କାଳ ହେଲା ଜଣେ ପ୍ରଧାନ ଶିକ୍ଷକ ଯେନତେନ ପ୍ରକାରେ ସ୍କୁଲରେ ଶିକ୍ଷାଦାନ କରିବାକୁ ବାଧ୍ୟ ହେଉଛନ୍ତି।

 

prayash

ବ୍ଳକରେ କେତେକ ବିଦ୍ୟାଳୟରେ ସରପ୍ଳସ୍ ଶିକ୍ଷକ ଥାଇ ସେଭଳି ସ୍କୁଲରୁ ଡେପୁଟେସନ୍ ନକରି ଦୁଇ ଜଣ ଶିକ୍ଷକ ଥିବା ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ଡେପୁଟେସନରେ ପଠାଯିବା ଠିକ୍ ନୁହେଁ ବୋଲି ଶିକ୍ଷାପ୍ରେମୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଜଣେ ଶିକ୍ଷକଙ୍କୁ ନେଇ ଚାଲିଥିବା ୫ଟି ଶ୍ରେଣୀ ବିଶିଷ୍ଟ ସ୍କୁଲର ଛାତ୍ର/ଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଠାରେ ଆଉ ଜଣେ ଶିକ୍ଷକ ତୁରନ୍ତ ନିଯୁକ୍ତି ଦେବାକୁ ଦାବୀ ହେଉଛି। ଏସଂକ୍ରାନ୍ତରେ ରେଙ୍ଗାଲି ବ୍ଳକର ଶିକ୍ଷା ନିରୀକ୍ଷକ ଜୀବନ କିଶୋର ବରୁୱାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଖୁବ୍ ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

kalyan agarbati

Comments are closed.