www.samajalive.in
Sunday, December 14, 2025
19.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି: ବିଜେପି

ଭୂବନେଶ୍ୱର:ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ ବାରମ୍ବାର ପ୍ରଭାବିତ କରୁଛନ୍ତି। ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ଭୟମୁକ୍ତ ହେବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଭୟମୁକ୍ତ କରାଇବା ଦାୟିତ୍ୱ ହେଉଛି ପୁଲିସ ବିଭାଗର। ପୁଲିସ ମହାନିର୍ଦ୍ଦେଶକଙ୍କ ସାମ୍ବିଧାନିକ ଦାୟିତ୍ୱ ଶାନ୍ତିପୂର୍ଣ୍ଣ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା। ତେଣୁ ତୁରନ୍ତ ଅପରାଧୀମାନଙ୍କ ବିରୁଦ୍ଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ନିର୍ବାଚନ ଅବାଧ ନିରପେକ୍ଷ ଓ ଭୟମୁକ୍ତ ହେଉ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ପଞ୍ଚାୟତ ନିର୍ବାଚନକୁ ହିଂସା ଓ ଭୟମୁକ୍ତ କରିବା ପାଇଁ ଆଜି ରାଜ୍ୟ ବିଜେପି ପ୍ରତିନିଧି ଦଳ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି ଜଣାଇବା ସହିତ ଅପରାଧୀ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।
ଗତ ଜାନୁଆରୀ ୨୧ ତାରିଖରେ ମାଲକାନଗିରି ଜିଲା ପରିଷଦ ଜୋନ-୨ ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମୀଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତିନି ଜଣ ଅଜ୍ଞାତ ବ୍ୟକ୍ତି ବିଚ୍ ବଜାରରେ ଧମକ ଦେବା ସହ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଇଥିଲେ। ପୁଣି ଗତ ୩୧ ତାରିଖ ଦିନ ତିନି ଜଣ ମୁଖା ପିନ୍ଧା ଅଜ୍ଞାତ ବ୍ୟକ୍ତି ଶ୍ରୀ ମାଡକାମୀଙ୍କୁ ଆକ୍ରମଣ ସହ ମୁହଁରେ କପଡା ବାନ୍ଧି ଅପହରଣ କରିଥିଲେ। କିଛି ବାଟ ଗଲା ପରେ ତାଙ୍କୁ ନିର୍ବାଚନ ପ୍ରଚାର ନକରିବାକୁ ବାଧ୍ୟ କରିଥିଲେ ଏବଂ ଏଥିରୁ ନିବୃତ ନହେଲେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଭୟଭୀତ କରିଥିଲେ। ଦିନ ଦ୍ୱିପହରରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଗୁଣ୍ଡାମାନଙ୍କ ଧମକ ଅତ୍ୟନ୍ତ ନିନ୍ଦନୀୟ।

ସେହିପରି ମାଲକାନଗିରି ଜିଲା କାଲିମେଳା ଜୋନ ବିଜେପି ଦଳୀୟ ପ୍ରାର୍ଥୀ ରୀନା କବାସିଙ୍କୁ ଗତ ଜାନୁଆରୀ ୨୩ ତାରିଖ ଦିନ ଅପହରଣ କରି ତାଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଧମକ ଓ ଲାଞ୍ଚ ପ୍ରଦାନ କରିଥିବା ହୋମଗାର୍ଡ ସୁଧୀର ସ୍ୱାଇଁଙ୍କ ବିରୋଧରେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗତ ୧ତାରଖ ଭଦ୍ରକ ବ୍ଲକରେ ବିଜେପି କାର୍ଯ୍ୟକର୍ତା ଶୁବାଶିଷ ଗିରିଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ନିର୍ମମ ହତ୍ୟା କରାଯିବା ଏବଂ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ସମସ୍ତଙ୍କୁ ଆଚମ୍ବିତ କରିବା ସହିତ ଭୟମୁକ୍ତ ନିର୍ବାଚନକୁ ନେଇ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି।
ଏହି ପ୍ରତିନିଧି ଦଳରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ, ଲିଗାଲସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories