www.samajalive.in
Sunday, December 14, 2025
14.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ୩୦ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ଲୁଟ ସ୍କାମରେ ସିବିଆଇର ସଂଦେହ ଜନକ ଶିଥିଳତା, ପାରଦ୍ୱୀପ ବନ୍ଦରର ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ଓ ନିଳାଚଳ ଇସ୍ମାତ ନିଗମ ବିକ୍ରି ଭଳି ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଜି ଉଭୟ ବିଜେଡ଼ି ଓ ବିଜେପିକୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ। ଆଜି କଂଗ୍ରେସ ଭବନରେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରକାରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଉନ୍ମୋଚନ କାର୍ଯ୍ୟକ୍ରମରେ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ମୁଖପାତ୍ର ମନୋଜ ମହାପାତ୍ର କହିଥିଲେ ଯେ ବିଜେଡ଼ି ଓ ବିଜେପି ଭିତରେ ଅଘୋଷିତ ମେଣ୍ଟ ରହିଛି। ବିଜେଡ଼ି ରାଜ୍ୟରେ ଆନ୍ଦୋଳନ କରେ, କିନ୍ତୁ ଦିଲ୍ଲୀରେ ଚୁପ। ରାଜ୍ୟ ବିଜେପି ବିଭିନ୍ନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରେ ରାଜ୍ୟରେ କିନ୍ତୁ ଦିଲ୍ଲୀରେ ଏମାନଙ୍କ ମୁହଁ ମଧ୍ୟ ବନ୍ଦ। ଲୋକଦେଖାଣିଆ ଭାବେ ପରସ୍ପର ବିରୋଧରେ ଲଢ଼ୁଥିଲେ ମଧ୍ୟ ଏମାନଙ୍କ ଭିତରେ ଭିତରି ସଂପର୍କ ରହିଛି। ନହେଲେ ପାରାଦ୍ୱୀପ ବନ୍ଦର ବ୍ଲାକରୋଜ ବୁଡ଼ି ଘଟଣା ଓ ଚିଟ୍ଫଣ୍ଡ ସ୍କାମର ସିବିଆଇ ତଦନ୍ତରେ ଶିଥିଳତା ଏହାର ବଳିଷ୍ଠ ପ୍ରମାଣ। ନବୀନ ସରକାରର ୨୨ ବର୍ଷରେ ୨୨ କଳାକାରନାମାର ଏକ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ।

ଏହି ଅବସରରେ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ ଚିଟଫଣ୍ଡ ସ୍କାମରେ ଶାସକ ବିଜେଡ଼ି ଦଳର ୨୭ ବିଧାୟକ ଓ ୪ଜଣ ମନ୍ତ୍ରୀ ସଂପୃକ୍ତ। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଭଳି ବହୁ ସ୍ପର୍ଷକାତର ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଜନସଚେତନତା ଜାଗ୍ରତ କରି କଂଗ୍ରେସ ସପକ୍ଷରେ ଜନମତ ଆଣିବ ବୋଲି ଶ୍ରୀ ରାଉତରାୟ କହିଥିଲେ।
କାର୍ଯ୍ୟକ୍ରମରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ମୁଖପାତ୍ର ଶାନ୍ତନୁ ସାହୁ, ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories