www.samajalive.in
Sunday, December 7, 2025
13.1 C
Bhubaneswar

ଅନ୍‌ଲାଇନ ଖେଳ ହେଲା କାଳ ; ଘର ଛାଡ଼ିଥିବା ଯୁବକଙ୍କ ଅସ୍ଥିକଙ୍କାଳ ଉଦ୍ଧାର

ଧାମନଗର/ଦୋବଲ : ଅନଲାଇନ ଖେଳ ହେଲା କାଳ। ଅକାଳରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ। ଅନଲାଇନ ଖେଳ ଖେଳି ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଘର ଛାଡ଼ିଥିବା ଯୁବକଙ୍କ ଅସ୍ଥିକଙ୍କାଳ ଦେଢମାସ ପରେ ଉଦ୍ଧାର ହୋଇଛି। ଭଦ୍ରକ ଜିଲା ଧାମନଗର ଥାନା ଦିହୁଡି ଆନନ୍ଦପୁର ପଞ୍ଚାୟତ ଚମ୍ପାବାଗ ଗାଁର ପଦ୍ମନାଭ ନାୟକଙ୍କ ପୁଅ ଖଗେଶ୍ବର ନାୟକ (୧୯) ମୋବାଇଲରେ ‘ଫ୍ରି ଫାୟାର’ ଓ ‘ଲୁଡୋ’ ଭଳି ଅନଲାଇନ ଖେଳ ଖେଳୁଥିଲେ। ଏପରିକି ଏହି ଖେଳରେ ସେ ବାପାଙ୍କ ଆକାଉଣ୍ଟରୁ ପ୍ରାୟ ୨୪ ହଜାରରୁ ଊର୍ଦ୍ଧ୍ବ ଟଙ୍କା କାଟି ଦେଇଥିଲେ। ପରିବାର ଲୋକଙ୍କ ଗାଳି ଭୟରେ ଗତ ଡିସେମ୍ବର ମାସ ୧୭ ତାରିଖରୁ ଘର ଛାଡ଼ି କେଉଁ ଆଡେ ପଳାଇଯାଇଥିଲେ।

ପରିବାର ଲୋକ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀଙ୍କୁ ପଚରାଉଚରା କରିଥିଲେ ବି ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଶେଷରେ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବାପା। ତଥାପି କୌଣସି ଖୋଜଖବର ମିଳି ନ ଥିଲା। ତେବେ ବୁଧବାର ସମ୍ପୃକ୍ତ ଯୁବକଙ୍କ ଅସ୍ଥିକଙ୍କାଳ ଘରଠାରୁ ପ୍ରାୟ ତିନିଶହ ମିଟର ଦୂରରେ ଉଦ୍ଧାର ହୋଇଛି। ପଦ୍ମନାଭଙ୍କ ଘର ସମ୍ମୁଖରେ ଥିବା ଜଙ୍ଗଲିଆ ସ୍ଥାନରେ ଏକ ଗଛରେ ଖଗେଶ୍ବରଙ୍କ ଖପୁରି ଝୁଲୁଥିବା ସ୍ଥାନୀୟ ଲୋକେ ଆଜି ଦେଖିଥିଲେ। ତଳେ ତା’ର ଚପଲ, କିଛି ହାଡ ଓ ଖପୁରି ଝୁଲୁଥିବା ତାଙ୍କ ବାପାଙ୍କ ଲୁଗାରୁ ଏହା ଖଗେଶ୍ବରଙ୍କ ଅସ୍ଥିକଙ୍କାଳ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି। ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ବିଜ୍ଞାନଭିତ୍ତିକ ତଦନ୍ତକାରୀ ଦଳ ଆସି ନମୁନା ସଂଗ୍ରହ କରିବା ସହିତ ଡିଏନଏ ପରୀକ୍ଷା ପରେ ଅସ୍ଥିକଙ୍କାଳର ସଠିକ ତଥ୍ୟ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ସେଠାରେ ଦୁଇ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories