www.samajalive.in
Saturday, December 6, 2025
16.1 C
Bhubaneswar

‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ’ ରେ ଅମିତାଭ୍‍ ଖୁଦାବକ୍ସ

ମୁମ୍ବଇ : ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ’ ରେ ଅମିତାଭ୍‍ ବଚ୍ଚନଙ୍କ ରୂପକୁ ନେଇ ବହୁତ ଦିନ ଧରି ଖୁବ୍‍ ଚର୍ଚ୍ଚା ଚାଲିଥିଲା। ଏଥିରେ ଅମିତାଭ୍‍ଙ୍କ ରୂପକୁ ନେଇ ବହୁ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା ହେଲେ ସେଗୁଡ଼ିକୁ ନକଲି ବୋଲି କୁହାଯାଇଥିଲା। ଶେଷରେ ଚଳଚ୍ଚିତ୍ରରେ ଅମିତାଭ୍‍ଙ୍କ ରୂପ କେମିତି ରହିଛି ତାହା ସାମ୍ନାକୁ ଆସିଛି। ‘ଠଗ୍ସ ଅଫ୍‍ ହିନ୍ଦୁସ୍ତାନ’ ରେ ଅମିତାଭ୍‍ ‘ଖୁଦାବକ୍ସ’ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୮ ନଭେମ୍ବରରେ ମୁକ୍ତିଲାଭ କରିବ।
ୟଶରାଜ ଫିଲ୍ମସ ୨୫ ସେକେଣ୍ଡର ଏକ ଭିଡ଼ିଓ ରିଲିଜ୍‍ କରି ଅମିତାଭ୍‍ଙ୍କ ରୂପର ଉନ୍ମୋଚନ କରିଛନ୍ତି। ଏହି ଭିଡ଼ିଓରେ ଅମିତାଭ୍‍ ଏକ ଜାହଜ ଉପରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବିଜୟ କୃଷ୍ଣା ଆଚାର୍ଯ୍ୟ ଦେଇଛନ୍ତି। ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅମିର ଖାନ ଓ ଅମିତାଭ୍‍ ବଚ୍ଚନଙ୍କ ଯୋଡ଼ି ଦେଖିବାକୁ ମିଳିବ। କ୍ୟାଟ୍ରିନା କୈଫ୍‍ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories