BJD Bijuli 480×75 Mob

ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ସାମର୍ଥ୍ୟ ଅନୁସାରେ ସହଯୋଗ:ରାଜ୍ୟପାଳ

ସିଡବ୍ଲ୍ୟଡିଏସର ଲୋଗୋ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

BJD Bijuli 480×75 Mob

ଭୁବନେଶ୍ବର: ‘ଶିଶୁ ଓ ମହିଳା ବିକାଶ ସମାଜ(ସିଡବ୍ଲ୍ୟୁଡିଏସ) ଲୋଗୋ ଏବଂ ପ୍ରକଳ୍ପ ଦେବଦୂତ୍ତ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ ଆମେ ସମସ୍ତେ ଭାରତୀୟ ଆଉ ଆମେ ଆମର ନିଃସ୍ବାର୍ଥପର ସେବା ପାଇଁ ବିଶ୍ବରେ ପରିଚିତ। ସେବା ହିଁ ଏକମାତ୍ର ମାଧ୍ୟମ ଯେଉଁଥିରେ ଆମେ ଈଶ୍ବରଙ୍କୁ ପ୍ରାପ୍ତ କରି ପାରିବା। ଆମ ସମସ୍ତଙ୍କ ପ୍ରଚେଷ୍ଟାରେ ଯଦି ଜଣେ ବ୍ୟକ୍ତି ତାର ସାମର୍ଥ୍ୟ ଅନୁସାରେ ଜଣେ ବ୍ୟକ୍ତିକୁ ସହଯୋଗ କରିବାକୁ ଆଗେଇ ଆସେ ତାହେଲେ ଆମେ ଏମିତି ଏକ ସୁସ୍ଥ ସମାଜ ଗଢ଼ିପାରିବା  ଯେଉଁଠି ଲୋକେ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିପାରିବେ।

 

ଏହି ଉନ୍ମୋଚନ ଦିବସରେ ସିଡବ୍ଲ୍ୟଡିଏସର ଚେୟାରମ୍ୟାନ ମେଜର  ଡ.କଳ୍ପନା ଦାସ  ଲୋଗୋର ମେମୋଣ୍ଟୋ ସ୍ମୃତି ସ୍ମୃତି ସ୍ବରୂପ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଥିଲେ। ସମାଜସେବା ପାଇଁ ଆଗେଇ ଆସିଥିବା ସଙ୍ଗଠନର କର୍ମକର୍ତ୍ତାଙ୍କୁ ରାଜ୍ୟପାଳ  ପ୍ରଂଶସା କରିଥିଲେ।

Comments are closed.