ରେଙ୍ଗାଲିକେମ୍ପ: ଅତାବିରା ୫୩ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ କଳା ସଂସ୍କୃତି ଭବନ ଠାରେ ବରିଷ୍ଠ ନାଗରିକ ସଂଘ ଓ କଳା ସଂସ୍କୃତି ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ୭୩ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତେଜରlଜ୍ ପ୍ରଧାନ ପତାକା ଉତ୍ତୋଳନ କରିବା ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ବରିଷ୍ଠ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ ଜାତି ଉଦ୍ଦେଶ୍ୟରେ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ କୁମୁଦ ଚନ୍ଦ୍ର ମହାନନ୍ଦ, ବରିଷ୍ଠ ନାଗରିକ ସଂଘର ପlନିବୁଡ଼ି ପ୍ରଧାନ, ଭୋଲାନାଥ ପ୍ରଧାନ, ବିରେନ୍ଦ୍ର ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, କ୍ଳବ୍, ଅନୁଷ୍ଠାନ ଆଦି ସ୍ଥାନରେ କରୋନା କଟକଣା ଭିତରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
Popular Categories



