www.samajalive.in
Sunday, December 7, 2025
14.1 C
Bhubaneswar

ବିବାହ ବନ୍ଧନରେ ନାଗିନ୍‍

ଗୋଆ : ବିବାହ ବନ୍ଧନରେ ବାନ୍ଧି ହେଲେ ନାଗିନ୍‍। ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ ତଥା ବାନ୍ଧି ରଖୁଥିବା ମୌନୀ ରଏ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଉଭୟ ମାଲାୟାଲୀ ଓ ବଙ୍ଗାଳୀଙ୍କ ରୀତିନୀତିରେ ଗୋଆରେ ବିବାହ କରିଛନ୍ତି। ମୌନୀ ଓ ସୁରଜଙ୍କ ବିବାହରେ ପରିବାରଲୋକେ ଓ କିଛି ବିଶେଷ ବନ୍ଧୁ ସାମିଲ ଥିଲେ। ନବବଧୂ ବେଶରେ ମୌନୀ ପାରମ୍ପରିକ ଶାଢୀରେ ଖୁବ ସୁନ୍ଦର ଦେଖାଯାଉଛନ୍ତି।
ପ୍ରଶଂସକ ମୌନୀ-ସୁରଜଙ୍କ ବିବାହର ଫଟୋ ଦେଖି ଶୁଭକାମନା ଜଣାଇଛନ୍ତି। ସୁରଜ ଦକ୍ଷିଣ ଭାରତୀୟ ଓ ମୌନୀ ବଙ୍ଗାଳୀ ହୋଇଥିବାରୁ ଉଭୟ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।
ବିବାହର ଲୁକ୍‍ ରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ଅଭିନେତ୍ରୀ ମୌନୀ। ସୁନ୍ଦର ଶାଢୀ ସହ ସୁନାର ଅଳଙ୍କାର ପିନ୍ଧିଛନ୍ତି ମୌନୀ। ସେହିପରି ସୁରଜ ସୁନେଲି ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି।
କିଛିଦିନ ପୂର୍ବରୁ ମୌନୀଙ୍କର ହଳଦୀ ଓ ମେହେନ୍ଦୀ ରୀତି ସମ୍ପନ୍ନ ହୋଇଥିଲା। ପ୍ରତ୍ୟେକ ଫଟୋରେ ଉଭୟ ଖୁବ ଖୁସି ଥିବା ଦେଖାଯାଉଛି।
ମୌନୀ ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ସୁରଜ ଅଭିନୟ ଜଗତରୁ ଭିନ୍ନ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର। କୋଭିଡ କାରଣରୁ ଉଭୟଙ୍କ ବିବାହରେ ୧୦୦ ଜଣ ସାମିଲ ଥିଲେ।

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories