www.samajalive.in
Saturday, December 6, 2025
26.1 C
Bhubaneswar

ବର ସାମ୍ନାରେ ପ୍ରେମିକାକୁ ସିନ୍ଦୂର ପିନ୍ଧାଇଲା ପ୍ରେମିକ

ପାଟଣା : ଅନେକ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି। ବିହାରର ରାଜଧାନୀ ପାଟଣାର ଏରଇ ଗାଁରେ ବିବାହ ସମୟରେ ଘଟିଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିବାହ  ବରଣମାଳା ନୀତି ସମୟରେ ପ୍ରେମୀ ଜଣକ ବରଠାରୁ ବରଣମାଳା ନେଇ ପ୍ରେମିକାକୁ ପିନ୍ଧାଇବା ସହ ମଥାରେ ସିନ୍ଦୂର ପିନ୍ଧାଇଛନ୍ତି। ଏହାପରେ ସେଠାରେ ଥିବା ବ୍ୟକ୍ତିମାନେ ଷ୍ଟେଜ୍‍କୁ ଯାଇ ଉକ୍ତ ପ୍ରେମିକକୁ ଖୁବ ମାଡ ମାରିବା ସହ ପୁଲିସ ଜିମା ଦେଇଥିଲେ।
ସେହି ସମୟରେ କନ୍ୟା ଉକ୍ତ ଯୁବକକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଫଳରେ ଘଟଣା ଶାନ୍ତ ପଡିଥିଲା। ଘଟଣା ପରେ ବର ବରଯାତ୍ରୀଙ୍କୁ ନେଇ ଫେରି ଯାଇଥିବା ଦେଖାଯାଇଥିଲା। ସୂଚନାନୁଯାୟୀ  ଯୁବତୀଙ୍କ ବାପା ନବାଦା ଜିଲାର ଜଣେ ଯୁବକଙ୍କ ସହ ବିବାହ ସ୍ଥିର କରିଥିଲେ। ବିବାହ ଦିନ ବରଯାତ୍ରୀଙ୍କ ସହ ବର ଆସି ପହଞ୍ଚିବା ପରେ ରାତି ପ୍ରାୟ ୧୧ଟା୧୨ରେ ବରଣମାଳାର ନୀତି ଆରମ୍ଭ ହୋଇଥିଲା। ବଧୂ ବେଶରେ ଉକ୍ତ ଯୁବତୀ ଷ୍ଟେଜ୍‍ ଉପରକୁ ଯିବା ମାତ୍ରେ ଖଗଡିଆ ନିବାସୀ (ଉକ୍ତ ଯୁବକ) ମଧ୍ୟ ଷ୍ଟେଜ୍‍କୁ ପଳାଇଥିଲେ। ଏହାପରେ ପ୍ରେମୀ ଜଣକ ବର ଠାରୁ ବରଣମାଳା ଛଡାଇ ଆଣି କନ୍ୟାକୁ ବରଣ ମାଳା ସହ ମଥାରେ ସିନ୍ଦୂର ପିନ୍ଧାଇଥିଲା। ପରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନଥିବାରୁ ପୁଲିସ ଉକ୍ତ ଯୁବକଙ୍କୁ ଛାଡି ଦେଇଥିବା ନେଇ ସୂଚନା ମିଳିଛି।

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories