www.samajalive.in
Saturday, December 6, 2025
26.1 C
Bhubaneswar

ମୋବାଇଲରେ ଗେମ୍‍ ଖେଳୁଥିଲେ ପତ୍ନୀ ; କଳହ ପରେ ତଣ୍ଟି ଚିପି ଦେଲେ ସ୍ୱାମୀ

ଡେରାଡୁନ : ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ସ୍ଥିତ ପଟେଲନଗର କୋତବାଲୀ କ୍ଷେତ୍ରରେ ଜଣେ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ନିଜ ପତ୍ନୀଙ୍କର ତଣ୍ଟି ଚିପି ହତ୍ୟା କରିଛନ୍ତି। ପୁଲିସ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଉକ୍ତ ବ୍ୟକ୍ତି ଜଣକ ରବିବାର ସକାଳେ ପୁଲିସ ଥାନାରେ ପହଞ୍ଚି ନିଜ ଦୋଷ ସ୍ୱୀକାର କରିଛି।
ଘଟଣାଦିନ ପୁଲିସ ଟିମ୍‍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ, ହରଭଜବାଲା ଆଇଏସବିଟି ନିକଟରେ ବାସ କରୁଥିବା ୪୮ ବର୍ଷୀୟ ଜଣେ ବ୍ୟକ୍ତି ଶନିବାର ସକାଳେ ପ୍ରାୟ ରାତି ୭ଟାରେ ପୁଲିସ ଥାନାରେ ପହଞ୍ଚି କହିଥିଲେ, ସେ ନିଜ ପତ୍ନୀଙ୍କୁ ତଣ୍ଟି ଚିିପି ହତ୍ୟା କରିଛନ୍ତି। ଏହା ଶୁଣି ପୁଲିସ ତାଙ୍କୁ ଗିରଫ କରିବା ସହ ଘଟଣା ସ୍ଥଳକୁ ଯାଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ପୁଲିସଙ୍କ କହିବାନୁଯାୟୀ, ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କହିଥିଲେ, ତାଙ୍କ ପତ୍ନୀ ମୋବାଇଲରେ ବାରମ୍ବାର ଲୁଡୋ ଖେଳିବା ସହ ଅଜଣା ବ୍ୟକ୍ତିଙ୍କ ସହ କଥା ହେଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ହେଉଥିଲା। ବାରମ୍ବାର ମନା କରିବା ସତ୍ତେ୍ୱ ତାଙ୍କ ପତ୍ନୀ ମୋବାଇଲରେ ଗେମ୍‍ ଖେଳିବା ଛାଡି ନଥିଲେ,କଥାବାର୍ତ୍ତା ମଧ୍ୟ ବନ୍ଦ କରିନଥିଲେ। ଶୁକ୍ରବାର ଦିନ ମଧ୍ୟ ଗେମ୍‍ ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ବ୍ୟକ୍ତି ଜଣକ ତାଙ୍କ ତଣ୍ଟି ଚିିପି ହତ୍ୟା କରିଥିଲେ। ତଣ୍ଟି ଚିପିବା ପରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତ ଜାରି ରହିଛି।

 

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories