ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ବିରଞ୍ଚି ନାଏକଙ୍କ ପତ୍ନୀ କ୍ଷୀରମଣୀ ନାଏକ (୨୮) ନିଆଁ ରେ ପୋଡ଼ି ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଗତ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ୧ ମାସ ତଳେ ନିଜ ଘରେ ରୋଷେଇ କରୁଥିବା ସମୟରେ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। ତାଙ୍କ ଦେହର ୮୦ ଭାଗ ଅଂଶ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଥାନା ସବ୍ ଇନ୍ସପେକ୍ଟର ବଳିଆ ବାରିକ କେନ୍ଦୁଝରରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇଛନ୍ତି।
Popular Categories



