www.samajalive.in
Sunday, December 7, 2025
16.1 C
Bhubaneswar

ରିଲାଏନ୍ସ ଜିଓ ଏବେ ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ

ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ନଭେମ୍ବର ମାସର ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓ ୪.୩୪ ନିୟୁତ ଗ୍ରାହକ ସହିତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ବର୍ଗରେ ସଂପ୍ରତି ଅଗ୍ରଣୀ ସ୍ଥାନରେ ରହିଛି। ପ୍ରାୟ ୨୦ ବର୍ଷ ଧରି ଏହି ବର୍ଗରେ ବିଏସ୍‌ଏନ୍‌ଏଲ୍‌ର ଆଧିପତ୍ୟ ରହିଥିଲା।

ରିଲାଏନ୍ସ ଜିଓର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୧୬ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ୪.୩୪ ନିୟୁତକୁ ବୃଦ୍ଧିପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛଇ। ଅନ୍ୟପକ୍ଷରେ ବିଏସଏନଏଲ୍ ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ଅକ୍ଟୋବରରେ ୪.୭୨ ନିୟୁତ ଥିବାବେଳେ ୨୦୨୧ ନଭେମ୍ବରରେ ତାହା ୪.୨ ନିୟୁତକୁ ହ୍ରାସପାଇଛି। ନଭେମ୍ବର ମାସରେ ଭାରତୀ ଏୟାରଟେଲର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୪.୦୮ ନିୟୁତ ରହିଥିଲା।

- Advertisement -

ଜିଓ ୨୦୧୯ ସେପ୍ଟେମ୍ବରରେ ଜାହାର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ର ବ୍ୟବସାୟିକ ପ୍ରଚଳନ ଆରମ୍ଭ କରିଥିଲା। ଜିଓ ଶୂନରୁ ଆରମ୍ଭ କରିଥିବା ବେଳେ ୨୦୧୯ ସେପ୍ଟେମ୍ବରରେ ବିଏସଏନଏଲ୍ ର ୮.୬୯ ନିୟୁତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ। ଭାରତୀ ଏୟାରଟେଲ୍‌ର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୧୯ ସେପ୍ଟେମ୍ବରରେ ୨.୪୧ ନିୟୁତ ରହିଥିଲା।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୨୦୨୧ ଅକ୍ଟୋବର ମାସରେ ଉଭୟ ଫିକ୍ସଡ୍ ଲାଇନ୍ ଓ ମୋବାଇଲ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକଙ୍କୁ ମିଶାଇ ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୭୯୮.୯୫ ନିୟୁତ ରହିଥିବାବେଳେ ୨୦୨୧ ନଭେମ୍ବରରେ ତାହା ୮୦୧.୬ ନିୟୁତକୁ ବୃଦ୍ଧିପାଇଛି। ଏହି ବର୍ଗରେ ରିଲାଏନ୍ସ ଜିଓ ତାହାର ଅଗ୍ରଣୀ ସ୍ଥାନ ବଜାୟ ରଖିଥିବା ଟ୍ରାଇ ଗ୍ରାହକ ରିପୋର୍ଟରୁ ଜଣାଯାଇଛି। ୨୦୨୧ ନଭେମ୍ବର ଶେଷସୁଦ୍ଧା ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟାର ୯୮.୬୮ ପ୍ରତିଶତ ଦେଶର ଶୀର୍ଷ ପାଂଚଟି ସେବା ଯୋଗାଣକାରୀଙ୍କ ନିକଟରେ ରହିଥିବା ଟ୍ରାଇ ପକ୍ଷରୁ କୁହାଯାଇଛି।

ରିଲାଏନ୍ସ ଜିଓର ମୋଟ ବ୍ରଡବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୨୦୨୧ ନଭେମ୍ବରରେ ୪୩୨.୯୬ ନିୟୁତ ରହିଥିବା ଜଣାଯାଇଛି। ଏହା ପଛକୁ ଭାରତୀ ଏୟାରଟେଲର ୨୧୦.୧୦ ନିୟୁତ ବ୍ରଡବ୍ୟାଣ୍ଡ୍ ଗ୍ରାହକ ରହିଥିଲେ। ସେହିଭଳି ଭୋଡାଫୋନ ଆଇଡିଆ ଲିମିଟେଡର ୧୨୨.୪୦ ନିୟୁତ ଏବଂ ବିଏସଏନଏଲର ୨୩.୬୨ ନିୟୁତ ବ୍ରଡବ୍ୟାଣ୍ଡ୍ ଗାହକ ରହିଥିବା ଜଣାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories