www.samajalive.in
Monday, December 15, 2025
17.1 C
Bhubaneswar

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିକ୍‌, ଭିସା ରଦ୍ଦ ନିଷ୍ପତ୍ତିକୁ କାଏମ ରଖିଲେ ଅଦାଲତ

ମେଲ୍‌ବୋର୍ଣ୍ଣ: ସର୍ବିୟାର ଟେନିସ୍ ତାରକା ନୋଭାକ୍ ଜୋକୋଭିକ୍‌ଙ୍କ ଭିସା ରଦ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ; ରବିବାର ଅଷ୍ଟ୍ରେଲିଆର ଏକ ଅଦାଲତ ଉକ୍ତ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ଫଳରେ ଅଷ୍ଟ୍ରେଲିଆ‌େ‌ର କୋଭିଡ୍‌-୧୯ ପ୍ରବେଶ ନିୟମ ଓ ଟିକା ନେଇନଥିବା ଘଟଣାକୁ ନେଇ ୧୦ ଦିନ ଧରି ଚାଲିଥିବା ନାଟକର ଅନ୍ତଃ ଘଟିଛି। ରବିବାର ଅଦାଲତର ୩ ବିଚାରପତିଙ୍କ ପୀଠ ଜୋକୋଭିକ୍‌ଙ୍କ ଭିସା ରଦ୍ଦ କରିବାକୁ ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ସର୍ବସମ୍ମତ ଭାବେ କାଏମ୍ ରଖିଛନ୍ତି। ଫଳରେ ୨୦ଟି ଗ୍ରାଣ୍ଡସ୍ଲାମ୍ ପୁରୁଷ ସିଙ୍ଗଲ୍‌ସ ଟେନିସ୍ ଟାଇଟଲ ଜିତିଥିବା ଜୋକୋଭିକ୍‌ଙ୍କ ପାଇଁ ଏହା ଏକ ଶକ୍ତ ଧକ୍କା ହୋଇଛି। ଅଦାଲତଙ୍କ ରାୟ ଆସିବାର ଘଣ୍ଟାକ ପରେ ଜୋକୋଭିକ୍‌ ମେଲ୍‌ବୋର୍ଣ୍ଣ ବିମାନ ବନ୍ଦରରେ ପହଞ୍ଚି ଏମିରେଟ୍‌ସ ବିମାନରେ ଦୁବାଇ ଯାତ୍ରା କରିଛନ୍ତି। ସୋମବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ବଜାୟ ରଖିବାକୁ ଜୋକୋଭିକ୍‌ ଯେଉଁ ସ୍ବପ୍ନ ଦେଖିଥିଲେ; ତାହା ଅପୂରଣୀୟ ରହିଛି।

ଅଦାଲତଙ୍କ ରାୟ ପରେ ନୋଭାକ୍ ଜୋକୋଭିକ୍‌ କହିଛନ୍ତି, ଅଦାଲତଙ୍କ ରାୟକୁ ସମ୍ମାନ ଜଣାଉଛି। ଅଷ୍ଟ୍ରେଲିଆ ଛାଡ଼ିବା ପାଇଁ ଯାହା ଔପଚାରିକତା ରହିଛି; ତାହା ପୂରଣ କରିବାରେ ସହ​‌େ​‌ଯାଗ କରିବି। ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳି ନ ପାରିବାରୁ ବହୁତ ନିରାଶ ଲାଗୁଛି। ଏହି ଟୁର୍ଣ୍ଣାମେଣ୍ଟ ପ୍ରତି ମୋର ଶୁଭକାମନା ଜଣାଉଛି। ୩୪ ବର୍ଷ ଜୋକୋଭିକ୍‌ ଚଳିତମାସରେ ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳିବାକୁ ମେଲ୍‌ବୋର୍ଣ୍ଣରେ ପହଞ୍ଚିଥିଲେ। ବିଶ୍ବରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିବା ତାଙ୍କର ଲକ୍ଷ୍ୟ ଥିଲା। ସେ ମେଲ୍‌ବୋର୍ଣ୍ଣରେ ପହଞ୍ଚିବା ପରେ ତାଙ୍କୁ ରୋକା ଯାଇଥିଲା। ସେ କରୋନା ଟିକା ନେଇନଥିବାରୁ ତାଙ୍କୁ ବିମାନ ବନ୍ଦର ବାହାରକୁ ଯିବାକୁ ଦିଆ ଯାଇନଥିଲା। ତାଙ୍କ ଭିସା ରଦ୍ଦ ପାଇଁ ଅଷ୍ଟ୍ରେଲିଆର ମନ୍ତ୍ରୀ ଆଲେକ୍ସ ହକ୍ ନିର୍ଦେଶ ଦେଇଥିଲେ। ତାଙ୍କୁ ପାର୍କ ହୋଟେଲ୍‌ରେ ଅଣପ୍ରବାସିକ କେନ୍ଦ୍ରରେ ଅଟକ ରଖା ଯାଇଥିଲା। ସେଠାରେ ତାଙ୍କୁ ନିରାପତ୍ତା କର୍ମୀ ଜଗି ରହିଥିଲେ। ହେଲେ ଗତ ୧୦ରେ ଏହା ବିରୋଧରେ ଜୋକୋଭିକ୍ ଅଦାଲତରେ ଅପିଲ କରିଥିଲେ। ଜୋକୋଭିକ୍‌ଙ୍କୁ ଅଟକ ରଖା ଯାଇଥିବା ସ୍ଥାନରୁ ମୁକ୍ତକରିବା ପାଇଁ ଅଦାଲତ ନିର୍ଦେଶ ଦେଇଥିଲେ। ପରେ ସେ ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳିବା ପାଇଁ ଅଭ୍ୟାସ ଆରମ୍ଭ କରିଥିଲେ। ହେଲେ ତାଙ୍କ ଭିସା ରଦ୍ଦ କରା ଯାଇଥିବାରୁ ଜୋକୋଭିକ୍‌ ପୁଣି ଅଦାଲତରେ ଅପିଲ କରିଥିଲେ।

- Advertisement -

ଏଥିରେ ନିରାଶହୋଇ ସେ ରବିବାର ଅଷ୍ଟ୍ରେଲିଆ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ମନ୍ତ୍ରୀ ଆଲେକ୍ସ ହକ୍ କହିଛନ୍ତି, ଅଷ୍ଟ୍ରେଲିଆରେ କରୋନା ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଅଷ୍ଟ୍ରେଲିଆରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଟିକା ନେଇନଥିବା ଜୋକୋଭିକ୍‌ଙ୍କୁ ଅଷ୍ଟ୍ରେଲିଆରେ ରହିବାକୁ ଦେଲେ ଟିକା ବିରୋଧୀ ମନୋଭାବ ପ୍ରକାଶ ପାଇବ। ତେଣୁ ତାଙ୍କ ଭିସା ରଦ୍ଦ କରାଯିବା ନିଷ୍ପତ୍ତି ଯଥାର୍ଥ। ବିଚାରପତି କହିଥିଲେ ଯେ ଅଷ୍ଟ୍ରେଲିଆ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରଖି ମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି; ତାହା ଠିକ୍‌। ଜୋକୋଭିକ୍‌ଙ୍କ ଭିସା ରଦ୍ଦ ନିଷ୍ପତ୍ତି କାଏମ୍ ରହିବା ପରେ ଅଷ୍ଟ୍ରେଲିଆରେ ଥିବା ସର୍ବିୟାବାସୀ ଅଦାଲତ ସମ୍ମୁଖରେ ଏହି ତାରକା ଟେନିସ୍‌ ଖେଳାଳିଙ୍କୁ ସମର୍ଥନ ଜଣାଇ ସ୍ଲୋଗାନ୍ ଦେଇଥିଲେ। କିଛି ଲୋକ ମଧ୍ୟ କାନ୍ଦି ପକାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories