www.samajalive.in
Saturday, December 13, 2025
14.1 C
Bhubaneswar

ଅନୁମୋଦନକୁ ଅପେକ୍ଷା, ୨୪ ଘଣ୍ଟାରେ ୨୧୩ କିମି ହ୍ବିଲଚେୟାର ଚଳାଇଲେ କମଳାକାନ୍ତ

ଭୁବନେଶ୍ବର: ସେ ଦିବ୍ୟାଙ୍ଗ; ମେରୁଦଣ୍ଡର ସମସ୍ୟା ଯୋଗୁ ଚାଲିପାରନ୍ତି ନାହିଁ। ତଥାପି ସେ ହାର୍‌ ମାନିନାହାନ୍ତି। ନିଜର ଦକ୍ଷତା ବଳରେ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡର ନିକଟତର ହୋଇଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଓଡ଼ିଆ ହ୍ବିଲଚେୟାର ବାସ୍କେଟବଲ ଖେଳାଳି କମଳକାନ୍ତ ନାୟକ। ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟା ହ୍ବିଲଚେୟାର ଚଲାଇ ୨୪ ଘଣ୍ଟାରେ ଅତିକ୍ରମ କରିଛନ୍ତି ୨୧୩ କିଲୋମିଟର। ଏଥିସହିତ କମଳାକାନ୍ତ ପୂର୍ବରୁ ରହିଥିବା ପର୍ତ୍ତୁଗାଲ ପ୍ରତିଦ୍ବନ୍ଦ୍ବୀଙ୍କ ୧୮୪ କିଲୋମିଟର କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। କମଳାକାନ୍ତଙ୍କ ଏହି ସଫଳତା ଏବେ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡସ ଓ ଲିମ୍‌କା ବୁକ୍‌ ଅଫ୍‌ ୱର୍ଲଡ ରେକର୍ଡସର ଅନୁମୋଦନ ଅପେକ୍ଷାରେ ରହିଛି।

ବେଟର ଲାଇଫ ଫାଉଣ୍ଡେସନ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଭୁବନେଶ୍ବର ସ୍ମାର୍ଟ ସିଟି ପକ୍ଷରୁ କମଳାକାନ୍ତଙ୍କ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶନିବାର ଅପରାହ୍ଣ ୪ଟା୩୦ରୁ କମଳାକାନ୍ତ ମାଷ୍ଟର କ୍ୟାଣ୍ଟିନରୁ ଅଭିଯାନ ଆରମ୍ଭ କରିଥିଲେ। ସେ ଶନିବାର ଅପରାହ୍ଣ ୪ଟା୩୦ରୁ ରବିବାର ଅପରାହ୍ଣ ୪ଟା୩୦ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ମାଷ୍ଟର କ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ସାଇକଲ ଟ୍ରାକ୍‌ରେ ହ୍ବିଲଚେୟାର ଚଲାଇଥିଲେ। ଉକ୍ତ ସମୟ ମଧ୍ୟରେ ସେ ୨୧୩ କିଲୋମିଟର ଅତିକ୍ରମ କରିଥିଲେ। ସେ ୨୦ ଘଣ୍ଟା ୧୫ ମିନିଟ୍‌ରେ ୨୦୦ କିଲୋମିଟର ଅତିକ୍ରମ କରିଥିଲେ। ୨୪ ଘଣ୍ଟାରେ ୨୧୩ କିଲୋମିଟର ଚଲାଇଥିଲେ। ବେଟର ଲାଇଫ ଫାଉଣ୍ଡେସନ ତଥା ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ପଟ୍ଟନାୟକ କୁହନ୍ତି, କମଳାକାନ୍ତ ୨୪ ଘଣ୍ଟାରେ ୨୧୩ କିଲୋମିଟର ହ୍ବିଲଚେୟାର ଚଲାଇବାର ସମସ୍ତ ପ୍ରମାଣପତ୍ର, ଭିଡ଼ିଓ ରହିଛି। ଏହାକୁ ନିରୀକ୍ଷଣ କରିବା ଲାଗି ଚାଟାର୍ଡ ଆକାଉଟାଣ୍ଟ ଅଫ ଇଣ୍ଡିଆ ଭୁବନେଶ୍ବର ଶାଖାର କର୍ମଚାରୀ ନିୟୋଜିତ ହୋଇଥିଲେ। ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡସ, ଲିମ୍‌କା ବୁକ୍‌ ଅଫ ୱର୍ଲଡ ରେକର୍ଡସରେ ସ୍ଥାନଦେବା ଲାଗି ଆବେଦନ କରାଯାଇଛି। ଏସବୁ ପ୍ରମାଣପତ୍ର, ଭିଡିଓଙ୍କୁ ମଧ୍ୟ ଦାଖଲ କରାଯିବ। ଏକ ସପ୍ତାହ ମଧ୍ୟରେ କମଳାକାନ୍ତଙ୍କୁ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡ ସହ ଲିମ୍‌କା ବୁକ୍‌ ଅଫ ୱର୍ଲଡ ରେକର୍ଡସ ଅନୁମୋଦନ ମିଳିବା ନେଇ ଆଶା ରହିଛି ବୋଲି ଶ୍ରୀପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ରହିଥିବା ରେକର୍ଡକୁ ଭାଙ୍ଗିବା ନେଇ ମୁଁ ବହୁତ ଖୁସି। ଏଥିପାଇଁ ବହୁତ କଷ୍ଟ କରିବାକୁ ପଡିଛି। ଆଶା କରୁଛୁ ଖୁବ୍‌ ଶୀଘ୍ର ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡସ ଓ ଲିମ୍‌କା ବୁକ୍‌ ଅଫ ୱର୍ଲଡ ରେକର୍ଡସର ମାନ୍ୟତା ମିଳିବ ବୋଲି ପୁରୀର କମଳାକାନ୍ତ କହିଛନ୍ତି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories