www.samajalive.in
Saturday, December 13, 2025
17.1 C
Bhubaneswar

କୋହଲିଙ୍କ ପାଇଁ ପତ୍ନୀ ଅନୁଷ୍କାଙ୍କ ପ୍ରଶସ୍ତି ପତ୍ର, ବହୁତ ଗର୍ବିତ 

ମୁମ୍ବଇ: ଶନିବାର ଭାରତୀୟ ଟେଷ୍ଟ ଦଳର ନେତୃତ୍ବରୁ ଓହରିଯାଇ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି ବିରାଟ କୋହଲି। ଏବେ ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମ୍‌ରେ ପତି ବିରାଟଙ୍କ ପାଇଁ ଏକ ଲମ୍ବା ପ୍ରଶସ୍ତି ପତ୍ର ଲେଖିଛନ୍ତି। ଅନୁଷ୍କା ଲେଖିଛନ୍ତି, ଭାରତୀୟ ଦଳର ଅଧିନାୟକ ଭାବେ ତୁମର ଉତ୍‌ଥାନ ଏବଂ ତୁମ ନେତୃତ୍ବରେ ଦଳ ଯାହା ହାସଲ କରିଛି; ସେଥି ପାଇଁ ବହୁତ ଗର୍ବିତ। ହେଲେ ବ୍ୟକ୍ତିଗତ ଭାବେ ତୁମର ଉତ୍‌ଥାନ ଓ କୃତିତ୍ବ ପାଇଁ ଅଧିକ ଗର୍ବିତ।
ଏମ୍‌ଏସ୍‌ (ଧୋନି) ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପରେ ତୁମକୁ ନେତୃତ୍ବ ପ୍ରଦାନର କଥା ମୋର ମନେଅଛି। ଏମ୍‌ଏସ୍‌ ଓ ତୁମେ ଦୀର୍ଘ ସମୟ ଆଲୋଚନା କରିଥିଲ। ମଜାରେ ଏମ୍‌ଏସ୍‌ କହିଥିଲେ ଯେ ତୁମର ଦାଢ଼ି ଏଥର ଜଲ୍‌ଦି ଧଳା ହୋଇଯିବ। ଏହାକୁ ନେଇ ଅମେ ବହୁତ ହସିଥିଲୁ। ଉକ୍ତ ଦିନ ପରଠାରୁ ତୁମ ଦାଢ଼ି ଧଳାପଡ଼ିବା ସହ ବହୁତ କିଛି ଦେଖିଛି। ତୁମର ଓ ତୁମ ଦଳର ଉତ୍‌ଥାନ ଦେଖିଛି। ଭାରତୀୟ ଦଳର ଅଧିନାୟକ ଭାବେ ତୁମ କୃତିତ୍ବ ଏବଂ ତୁମ ଅଧୀନରେ ଭାରତୀୟ ଦଳ ଯାହା ହାସଲ କରିଛି; ତାହା ପାଇଁ ବହୁତ ଗର୍ବିତ। ପଡ଼ିଆରେ ଓ ପଡ଼ିଆ ବାହାରେ ବହୁତ ଆହ୍ବାନର ସମ୍ମୁଖୀନ ହୋଇଛ। ଏହା ହିଁ ଜୀବନ। ହେଲେ ତୁମ ସଦିଚ୍ଛା ରାସ୍ତାରେ କିଛି ବି ବାଧାବିଘ୍ନ ଆସିବାକୁ ଦେଇନାହଁ। ସେଥିପାଇଁ ମୁଁ ଅଧିକ ଗର୍ବିତ। ତୁମେ ଉଦାହରଣ ସହ ଦଳର ନେତୃତ୍ବ ନେଇଛ ଏବଂ ଦଳର ବିଜୟ ପାଇଁ ସମସ୍ତ ଶକ୍ତି ଖଟାଇଛ। କିଛି ପରାଜୟ ପରେ ତୁମ ପାଖରେ ବସିଥିବା ବେଳେ ତୁମ ଆଖିରେ ଲୁହ ଦେଖିଛି। କାରଣ ତୁମେ ଭାବୁଥିଲ ଯେ ଆଉ କିଛି ଅଧିକ କରି ପାରିଥାଆନ୍ତ କି। ତୁମେ ଏହିପରି ଏବଂ ଅନ୍ୟମାନଙ୍କଠାରୁ ଏପରି ନିଷ୍ଠାର ଆଶା ରଖିଥାଅ। ତୁ​‌େ​‌ମ ଅଣପାରମ୍ପରିକ ଏବଂ ସିଧା। ଦେଖାଇ ହେବାକୁ ତୁମେ ଶତ୍ରୁ ମାନିଥାଅ। ଏଥିପାଇଁ ମୋର ଏବଂ ତୁମ ପ୍ରଶଂସକଙ୍କ ଆଖିରେ ତୁମେ ବହୁତ ବଡ଼ ବ୍ୟକ୍ତିତ୍ବ। କୌଣସି ପଦ ଦଖଲ ନେଇ ତୁମର ଲୋଭ ନଥିଲା। କାରଣ ଯଦି କେହି କୌଣସି ଜିନିଷକୁ ଜାବୁଡ଼ିଧରେ; ସେ ସୀମିତ ହୋଇଯାଆନ୍ତି। ହେଲେ ତୁମର କୌଣସି ସୀମା ନଥିଲା। ୭ ବର୍ଷ ଧରି ଅଧିନାୟକ ଭାବେ ତୁମେ ଯାହା କରିଛ; ଆମ ଝିଅ ତାହା ତୁମଠାରୁ ଶିଖିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories