www.samajalive.in
Monday, December 15, 2025
26.1 C
Bhubaneswar

କଏଦି, ଅନୁସୂଚିତ ଜାତି, ଜନଜାତି ବିଦ୍ୟାର୍ଥୀଙ୍କୁ ମାଗଣା ଶିକ୍ଷା

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ୮୨ ଶିକ୍ଷା କେନ୍ଦ୍ର(ଷ୍ଟଡି ସେଣ୍ଟର) ଓ ୬ କାରାଗାର ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୨ଶହରୁ ଊର୍ଦ୍ଧ୍ବ ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି), ପିଜି ଡିପ୍ଲୋମା ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଛି। ଚଳିତ ମାସ ୩୧ରେ ନାମଲେଖା ପ୍ରକ୍ରିୟା ଶେଷ ହେବ। ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍‌ www.ignou.ac.in ଲଗ୍‌ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦେଶକ ଡ.ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କଟକର ଚୌଦ୍ବାର, ଭୁବନେଶ୍ବରର ଝାରପଡ଼ା, ବାଲେଶ୍ବର, ବ୍ରହ୍ମପୁର,ବାରିପଦା ଓ ଅନୁଗୋଳ କାରାଗାରରେ ନାମଲେଖା ଅନୁଷ୍ଠିତ ହେବ। କଏଦୀ ବିଭିନ୍ନ ପାଠ୍ୟକ୍ରମ ପାଇଁ ନାମ ଲେଖାଇପାରିବେ। ସେମାନଙ୍କ ପାଠପଢା ଓ ନାମଲେଖା ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ ରହିଛି।

- Advertisement -

ସେହିପିରି ୟୁଜି, ପିଜି ଡିପ୍ଲୋମ ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ବିଦ୍ୟାର୍ଥୀ ମାଗଣାରେ ପାଠ ପଢିପାରିବେ। ପୂର୍ବରୁ ମାଗଣାରେ ଏହି ବର୍ଗର ପ୍ରାର୍ଥୀ ପାଠ ପଢିଥିଲେ ସେମାନେ ପୁନର୍ବାର ଏହି ସୁଯୋଗ ପାଇବେନି।

ଅନ୍ୟପକ୍ଷରେ ଚଳିତ ବର୍ଷ ବିଦ୍ୟାର୍ଥୀଙ୍କ ପାଇଁ ୪ଟି ନୂଆ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ମାଷ୍ଟର ଅଫ୍‌ ବିଜନେସ୍‌ ଆଡମିନଷ୍ଟ୍ରେସନ୍‌(ଏମ୍‌ବିଏ), ମାଷ୍ଟର ଅଫ୍‌ ଆଟ୍ସ କର୍ପୋରେଟ ସୋସିଆଲ ରେସପନ୍ସବିଲିଟି, ମାଷ୍ଟର ଅଫ୍‌ ଆଟ୍ସ-ଅରବାନ୍‌ ଷ୍ଟଡିଜ୍‌ ଓ ମାଷ୍ଟର ଅଫ୍‌ ଏନ୍‌ଭର୍ଣ୍ଣମେଣ୍ଟାଲ ଆଣ୍ଡ ଅକୁପେସନାଲ ହେଲ୍‌ଥ ବିଷୟରେ ନୂଆ ପାଠ୍ୟକ୍ରମ ପଢିପାରିବେ ବିଦ୍ୟାର୍ଥୀ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories