www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ବ ବିଜେତାଙ୍କୁ ହରାଇ ଲକ୍ଷ୍ୟ ସେନ୍‌ ଚମ୍ପିଆନ

ନୂଆଦିଲ୍ଲୀ: ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ସୁପର-୫୦୦ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍‌ ଓ ପୁରୁଷ ଯୁଗଳ ବର୍ଗରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି – ଚିରାଗ ସେଟ୍ଟି ଯୋଡ଼ି ଚମ୍ପିଆନ ହୋଇଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରତିଯୋଗିତାର ୩ୟ ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ସେନ୍‌ ୨୪-୨୨ ଓ ୨୧-୧୭ରେ ସିଙ୍ଗାପୁରର ପଞ୍ଚମ ମାନ୍ୟତାପ୍ରାପ୍ତ ତଥା ବିଶ୍ବ ଚମ୍ପିଆନ ଲୋ କେନ୍‌ ୟିୟୁ ଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଛନ୍ତି। ପ୍ରଥମ ଗେମ୍‌ରେ ଲକ୍ଷ୍ୟ ଏକ ସମୟରେ ୧୦-୧୩ରେ ପଛୁଆ ରହିଥିଲେ। ପରବର୍ତ୍ତୀ ସମୟରେ ଲକ୍ଷ୍ୟ ପ୍ରତ୍ୟାବର୍ତ୍ତନ କରିବା ସହିତ ଗେମ୍‌କୁ ୨୦-୨୦ରେ ବରାବର ରଖିଥିଲେ। ଶେଷରେ ଲକ୍ଷ୍ୟ ପ୍ରଥମ ସେଟ୍‌କୁ ୨୪-୨୨ରେ ଜିତି ନେଇଥିଲେ।

ଦ୍ବିତୀୟ ସେଟ୍‌ରେ ମଧ୍ୟ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏକ ସମୟରେ ମ୍ୟାଚ ୧୭-୧୭ ବରାବର ରହିଥିଲା। ଲକ୍ଷ୍ୟ ଶେଷ ୪ ପଏଣ୍ଟକୁ ହାସଲ କରି ମ୍ୟାଚକୁ ୨୧-୧୭ରେ ଜିତି ନେଇଥିଲେ। ସେହିପରି ପୁରୁଷ ଯୁଗଳ ବିଭାଗ ଫାଇନାଲରେ ଦ୍ବିତୀୟ ମାନ୍ୟତାପ୍ରାପ୍ରାପ୍ତ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଯୋଡ଼ି ୨୧-୧୬ ଓ ୨୬-୨୪ରେ ୧ ନଂ. ସିଡ୍‌ ଇଣ୍ଡୋନେସିଆ ଯୋଡ଼ି ମହମ୍ମଦ ଆସହାନ -ହେଣ୍ଡ୍ରା ସାଥିୱାନଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଛନ୍ତି। ସାତ୍ତ୍ବିକ ଓ ଚିରାଗ ଯୋଡ଼ି ପ୍ରଥମ ସେଟ୍‌କୁ ସହଜରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ମହମ୍ମଦ ଆସହାନ -ହେଣ୍ଡ୍ରା ସାଥିୱାନ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ। ଏକଦା ଗେମ୍‌ ୧୭-୧୭ ରହିଥିଲା। ଶେଷରେ ଗେମ୍‌ ୨୧-୨୧ ରହିବାରୁ ଟାଇବ୍ରେକରରେ ସାତ୍ତ୍ବିକ ଓ ଚିରାଗ ଯୋଡ଼ି ବିଜୟୀ ହୋଇଥିଲେ।

- Advertisement -

ମହିଳା ଏକକ ବର୍ଗ ଫାଇନାଲରେ ୨ୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ସୁପନିଦା କାଟେଥୋଙ୍ଗା ୨୨-୨୦, ୧୯-୨୧ ଓ ୨୧-୧୩ରେ ନିଜ ଦେଶର ବୁସାନାନ ଓଙ୍ଗବାମ୍‌ରୁଙ୍ଗଫାନ୍‌ଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ମହିଳା ଯୁଗଳରେ ଥାଇଲାଣ୍ଡର ବନ୍ୟାପା ଏମ୍‌ସରଦ- ନୁନତାକରଣ ଏମ୍‌ସରଦ ଯୋଡ଼ି ୨୧-୧୩ ଓ ୨୧-୧୫ରେ ରୁଷିଆର ଆନାଷ୍ଟାଲିସା ଆଚକୋରିନା- ଓଲିଗା ମୋରୋଜୋଭା ଯୋଡ଼ିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ମିଶ୍ରିତ ବିଭାଗରେ ସିଙ୍ଗାପୁରର ହି ୟଙ୍ଗ କେ ତେରି-ତାନ ଉଇ ହାନ ଯୋଡ଼ି ୨୧-୧୫. ୨୧-୧୮ରେ ମାଲେସିଆର ଚିନ୍‌ ତାଙ୍ଗ-ପିକ୍‌ ୟନ ୱିଇଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories