www.samajalive.in
Monday, December 15, 2025
14.1 C
Bhubaneswar

ଚୋରୀ ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କରୁ ସୁନା ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଚୋରୀ ଅଭିଯୋଗରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆକୁ ପୁଲିସ ଗିରଫ କରିଛି। ଶେଖରଙ୍କ ବିକ୍ରମପୁର ଘରୁ ୧କେଜି ୧୮୯ ଗ୍ରାମ ସୁନା ଗହଣା ଜବତ ହୋଇଛି। ବାକି ଚୋରୀ ସୁନାକୁ ଜବତ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି। ଲକ୍ଷ୍ମୀପୁର ଏସବିଆଇ ଶାଖାରୁ ୧୨ଶହ ଗ୍ରାମର ସୁନାଗହଣା ଚୋରୀ ହୋଇଥିଲା।

ଶେଖର ଉକ୍ତ ବ୍ୟାଙ୍କରେ ୨୦୧୪ରୁ ଅସ୍ଥାୟୀ କର୍ମଚାରୀ ଭାବେ ୨୦୨୦ ଅଗଷ୍ଟ ମାସ ପର୍ଯ୍ୟନ୍ତ କର୍ଯ୍ୟ କରୁଥିଲା। ତାଙ୍କ ବିରୋଧରେ ଅନିୟ ମିତତା ଅଭିଯୋଗ ଆସିବାରୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା ବୋଲି କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠାପଲ୍ଲୀ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବ୍ୟାଙ୍କରୁ ଚୋରୀ ହୋଇଥିବା ୧ କିଲୋ ୬୧୦ ଗ୍ରାମ ସୁନା ମଧ୍ୟରୁ ୧ କେଜି ୧୮୯ ଗ୍ରାମ ସୁନା ଜବତ କରାଯାଇଛି। ସେହିପରି ସୁନା ବିକ୍ରି କରି ଘରେ ରଖିଥିବା ନଗଦ ୨ ଲକ୍ଷ ୯୫ ହଜାର ଟଙ୍କା, ପ୍ରାୟ ୧ ଲକ୍ଷ ଊର୍ଦ୍ଧ୍ବ ଟଙ୍କାର ଘର କରଣା ସାମଗ୍ରୀ, ଲକ୍ଷ୍ମୀପୁର ସଦର ମହକୁମାରେ ୪ ଲକ୍ଷ ଟଙ୍କାର ଜାଗାକୁ ପୁଲିସ ଜବତ କରିଛି ବୋଲି ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠାପଲ୍ଲୀ ସୂଚନା ଦେଇଛନ୍ତି। ସେହିପରି ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ସେ କହିଛନ୍ତି।
ଆଜି ଅପରାହ୍ଣରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତରେ ଅଭିଯୁକ୍ତ ଶେଖର କୁଲଦୀପିଆଙ୍କୁ ପୁଲିସ  ବ୍ୟାଙ୍କକୁ ନେଇ କିପରି ଭାବେ ସେ ସୁନାଗହଣା ଚୋରି କରିଥିଲା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories