ସୋମବାରରୁ ଓଡିଶା ଆସିବ ଓମିସିୟୋର – କେବଳ କିଟ୍ରୁ ଓମିକ୍ରନ ପରୀକ୍ଷଣ କରିହେବ
ଭୁବନେଶ୍ୱର – ସୋମବାରରୁ ଓଡିଶାକୁ ଓମିସିୟୋର କିଟ୍ ଆସିବ । ଏହି କିଟ୍ ମାଧ୍ୟମରେ ଓମିକ୍ରନ ପରୀକ୍ଷଣ ଅତି ସହଜରେ କରିହେବ । ଟାଟା ସହାୟତାରେ ଏହି କିଟ୍କୁ ବିକଶିତ କରାଯାଇଛି । ରାଜ୍ୟ ସରକାର ୫ ଲକ୍ଷ କିଟ୍ ପାଇଁ ବରାଦ ଦେଇଛନ୍ତି ।
ଏହି କିଟ୍ରେ ସ୍ୱାବକୁ ରଖି ଓମିକ୍ରନ ସଂକ୍ରମଣ ହୋଇଛି କି ନାହିଁ ସେ ବିଷୟରେ ଜାଣି ହେବ । ଆଉ ଜିନୋମ ସିକ୍ୱେଏନ୍ସ୍ର ଆବଶ୍ୟକତା ରହିବ ନାହିଁ । ଟାଟା ଦ୍ୱାରା ବିକଶିତ ଏହି କିଟ୍କୁ ବ୍ୟବହାର କରିବା ପାଇଁ ଆଇସିଏମ୍ଆଇର ମଞ୍ଜୁରୀ ଦେଇଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶାକୁ ଏହି କିଟ୍ ଆସିବ ।
Comments are closed.