www.samajalive.in
Monday, December 15, 2025
17.1 C
Bhubaneswar

ଓଡିଆ ଲୋକକଳାକୁ ସୁଦୃଢ, ସୁରକ୍ଷିତ ଓ ପ୍ରସାରିତ କରାଯାଉ-ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘ

ପିପିଲି: ଓଡିଶୀ ସଂକୀର୍ତ୍ତନ ଓଡିଶାର ନିଜସ୍ୱ ମୌଳିକ ଲୋକସଂଗୀତର ପରମ୍ପରା। ଏହା ନୃତ୍ୟ, ସଂଗୀତ, ସାହିତ୍ୟ, ଆଧ୍ୟାତ୍ମଭାବ ଓ ଲୋକ ଚଳଣିର ଅନନ୍ୟ ସମନ୍ୱୟ। ଏହା ମାଧ୍ୟମରେ ଓଡିଶାର ଆଧ୍ୟାତ୍ମଭିତ୍ତିକ ପରିଚୟ ଓ ଅସ୍ମିତାର ପ୍ରତିଷ୍ଠା ସମ୍ଭବ ହୋଇପାରିଛି। କଳା ବଞ୍ଚିଲେ କଳାକାର ବଞ୍ଚିବେ। ଓଡିଆ ଲୋକକଳା ତଥା ଲୋକ ସଂସ୍କୃତିର ସୁରକ୍ଷା ପାଇଁ ଲୋକକଳା ଅନୁଷ୍ଠାନକୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଲୋକକଳାକୁ ସୁଦୃଢ, ସୁରକ୍ଷିତ ଓ ପ୍ରସାରିତ କରାଯାଉ। ଭାଗବତ ଟୁଙ୍ଗିର ପୁନର୍ଦ୍ଧାର ସହ ଗ୍ରାମାଞ୍ଚଳର ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ମଠ ଓ ମନ୍ଦିରକୁ ପୁନଃର୍ଦ୍ଧାର କରି ତାର ଐତିହ୍ୟକୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ପିପିଲି ପୌରାଞ୍ଚଳର ଦରଜୀସାହି ସ୍ଥିତ ଶ୍ରୀ ପତିତପାବନ ଦେବଙ୍କ ମନ୍ଦିର ପରିସରରେ କୋଭିଡ଼ କଟକଣା ମଧ୍ୟରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ମହାସଂଘର ୧୭ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶଶାଙ୍କ ଚୁଡ଼ାମଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ସାଂସଦ କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟସାଣୀ ମୁଖ୍ୟଅତିଥ ଭାବେ ଯୋଗଦେଇ ଓଡିଆ କଳା ସଂସ୍କୃତିର ସୁରକ୍ଷା ପାଇଁ ସଂକୀର୍ତ୍ତନ ଅପରିହାର୍ଯ୍ୟ ଏବଂ ସାଧୁ ଯେଉଁଠି ସତ୍‍ସଙ୍ଗ ସେଇଠି ବୋଲି ମତବ୍ୟକ୍ତ କରିଥିଲେ। ଓଡିଆ ଲୋକକଳାର ସୁରକ୍ଷା ପାଇଁ ଗ୍ରାମାଞ୍ଚଳର ଭାଗବତ ଟୁଙ୍ଗୀର ପୁନଃର୍ଦ୍ଧାର ଓ ପୁନଃସ୍ଥାପନ କରିବାକୁ ସେ ସରକାରଙ୍କ ଠାରେ ଦାବି ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଧାରଣ ସଂପାଦକ ନରେନ୍ଦ୍ର ପାଟ୍ଟଶାଣୀ, ସମାଜସେବୀ ନୃସିଂହ ଚରଣ ମହାପାତ୍ର ପ୍ରମୁଖ ଯୋଗଦେଇ ଭାରତୀୟ ସଂସ୍କୃତିର ମୂଳ ଆଧାର ହେଉଛି ଲୋକ ସଂସ୍କୃତି ବୋଲି ପ୍ରକାଶ କରିଥିଲେ। ହଜାର ହଜାର ବର୍ଷ ଧରି ଏହି ଲୋକ ସଂସ୍କୃତି ଆମର ଗ୍ରାମ୍ୟ ଜୀବନକୁ ଶୃଙ୍ଖଳିତ କରି ଆସିଛି ଓ ସମସ୍ତଙ୍କୁ ଭାଇଚାରାରେ ବାନ୍ଧି ରଖିଛି ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ଉତ୍ସବ ପରେ ମହାସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଚୁଡ଼ାମଣୀ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମହାସଂଘର ୭ଦଫା ଦାବି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଦାବି ଗୁଡିକ ମଧ୍ୟରେ କଳାକାରକୁ କେବଳ ଭତ୍ତା ନୁହେଁ, କଳା ବଞ୍ଚିବା ପାଇଁ ଲୋକକଳା ଅନୁଷ୍ଠାନ ଗୁଡ଼ିକୁ ସରକାରଙ୍କ ପକ୍ଷରୁ ଆର୍ଥୀକ ଅନୁଦାନ ପ୍ରଦାନ କରାଯିବା, କଳାକାର ଭତ୍ତା ନାମରେ ଲୋକସଂସ୍କୃତିକୁ ରାଜନିତୀକରଣ ବନ୍ଦ କରାଯାଉ, ଗ୍ରାମାଞ୍ଚଳର ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ମଠ ଓ ମନ୍ଦିର ଆଦି କିର୍ତ୍ତୀରାଜୀର ସୁରକ୍ଷା ଓ ପୁନଃରୁଦ୍ଧାର କରାଯାଉ, ରାଜ୍ୟ କଳାକାର ଭତ୍ତାକୁ କେନ୍ଦ୍ରୀୟ ଭତ୍ତା ସହ ସମାନ କରାଯାଉ। କ୍ଷେତ୍ର ବିଶେଷରେ ଲୋକକଳା ଏକାଡେମୀ ଓ ସଂସ୍କୃତି ଭବନ ପ୍ରତିଷ୍ଠା କରାଯାଉ ଏବଂ ଏହା ସେହି ଅଞ୍ଚଳର ପ୍ରଖ୍ୟାତ ଲୋକକଳା ପ୍ରତିଭାଙ୍କ ନାମରେ ଏକାଡେମୀକୁ ନାମିତ କରାଯାଉ, ସତ୍ୟବାଦୀରେ ପ୍ରତିଷ୍ଠା କରାଯାଉଥିବା ଓଡ଼ିଶା ବିଶ୍ୱ ବିଦ୍ୟାଳୟରେ ପ୍ରଖ୍ୟାତ ଲୋକକଳାର ପ୍ରତିଭା ମାନଙ୍କ ନାମରେ ଗବେଷଣା ଚେୟାର ପ୍ରତିଷ୍ଠା କରାଯାଉ, ପ୍ରାଦେଶୀକ ସୀମା ସୁରକ୍ଷା ପାଇଁ ଓଡିଆ ଭାଷା ସଂସ୍କୃତିକୁ ଅଧିକ ପ୍ରସାରିତ କରାଯାଉ ଓ ସଶକ୍ତ କରାଯାଉ ଆଦି ୭ଟି ଦାବିକୁ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଫେସର ଚୁଡ଼ାମଣୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ସାଧାରଣ ସଂପାଦକ ତଥା ସଂକୀର୍ତ୍ତନ ଗୁରୁ ନରେନ୍ଦ୍ର ପାଟ୍ଟସାଣୀ, ନିଁପୁର ରଘୁନାଥ ଜୀଉ ମଠର ବାବାଜୀ ସୀତାରାମ ଦାସ, ମହାସଂଘର ପିପିଲି ଆଞ୍ଚଳିକ କମିଟିର ସଭାପତି ସର୍ବେଶ୍ୱର ପ୍ରଧାନ, ନୃସିଂହ ଚରଣ ମହାପାତ୍ର, ସଂପାଦକ ବାବାଜି ଚରଣ ପ୍ରଧାନଙ୍କ ସମେତ ସଂକୀର୍ତ୍ତନ ଗୁରୁମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories