www.samajalive.in
Monday, December 15, 2025
14.1 C
Bhubaneswar

ଆନ୍ଥ୍ରାକ୍ସ ରୋଗ ସଂପର୍କୀତ ଜନସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧନସ୍ଥ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଅଙ୍ଗନବାଡି କେନ୍ଦ୍ରଠାରେ ଶନିବାର ଆନ୍ଥ୍ରାକ୍ସ ରୋଗ କିପରି ପଶୁଙ୍କଠାରୁ ମଣିଷ ସଂକ୍ରମିତ ନହେବେ ସେ ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ବ୍ରହ୍ମପୁର ସିଏଚସିର ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଟ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ଆନ୍ଥ୍ରାକ୍ସ ପଶୁମାନଙ୍କଠାରେ ଦେଖାଯାଇଥାଏ ଏବଂ ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏହା ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ।

ଏହି ଆନ୍ଥ୍ରାକ୍ସ ରୋଗ ସ୍ପୋର ସୃଷ୍ଟି କରୁଥିବା ଜୀବାଣୁ ବ୍ୟାସିଲସ ଆନ୍ତାସିସ୍‍ ଦ୍ୱାରା ବ୍ୟାପିଥାଏ ଏବଂ ଏହା ଏକ କୋନଟିକ୍‍ ରୋଗ ଅର୍ଥାତ୍‍ ଏହା ପଶୁଠାରୁ ମଣିଷଙ୍କୁ ସଂକ୍ରମିତ ହୋଇପାରେ। ଆନ୍ଥ୍ରାକ୍ସ ରୋଗ ସାଧାରଣତଃ ଗରମ ଦିନରେ ଦେଖାଯାଇଥାଏ, ତା ସହିତ ଏହା ବର୍ଷର ଯେ କୌଣସି ସମୟରେ ମଧ୍ୟ ହୋଇଥାଏ। ଖାଦ୍ୟ, ନିଶ୍ୱାସ ପ୍ରଶ୍ୱାସ ଅବା ଚର୍ମ ମଧ୍ୟ ଦେଇ ଏହି ଜୀବାଣୁ ପ୍ରବେଶ କରି ରୋଗ ସୃଷ୍ଟି କରିଥାଏ। ଆନ୍ଥାକ୍ସ ରୋଗର ବାହକ ସ୍ପୋର ଗୁଡିକ ଅତ୍ୟଧିକ ପ୍ରତିରୋଧକ ଏବଂ ମାଟି କିମ୍ବା ସଂକ୍ରମିତ ପ୍ରାଣୀଙ୍କ ଲୋମ ଅବା କେଶରେ ବର୍ଷ ବର୍ଷ ଧରି ବଞ୍ଚିରହିଥାନ୍ତି। ସାଧାରଣତଃ ପଶୁମାନଙ୍କର ସସ୍ପର୍ଶରେ ଆସିଲେ ଓ ସେମାନଙ୍କ ସାଙ୍ଗରେ ମିଶିଲେ ଏହି ରୋଗ ମଣିଷକୁ ବ୍ୟାପିଥାଏ। ଆନ୍ଥ୍ରାକ୍ସ ରୋଗଗସ୍ତ ପଶୁ ମରିଲେ ତାକୁ ପୋଡିବା ବା ପୋତିବା ନିହାତି ଜରୁରୀ ବୋଲି ଶ୍ରୀ ଅସଲମ କହିଥିଲେ। କୌଣସି ବ୍ୟକ୍ତି ବିଶେଷଙ୍କୁ ଆନ୍ଥାକ୍ସ ରୋଗ ହୋଇଥିଲେ ହାତ, ଗୋଡ ବା ଦେହର କୌଣସି ସ୍ଥାନରେ ଘା ହେବା ସଙ୍ଗେ ସଙ୍ଗେ କୁଣ୍ଡାଇ ହୋଇଥାଏ ଓ ଜ୍ୱର ମଧ୍ୟ ଆସିଥାଏ।

- Advertisement -

ଏପରି ଲକ୍ଷଣ ଦେଖାଗଲେ କାଳବିଳମ୍ବ ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶକ୍ରମେ ଉପଯୁକ୍ତ ଚିକିତ୍ସା କରାଇବା ପାଇଁ ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। କଟକିଆସାହି ସରପଞ୍ଚ ନରେନ୍ଦ୍ର କୁମାର ସ୍ୱାଇଁ ଏହି ସଚେତନତା କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ଛବିରାଣୀ ସାହୁ, ଲିପିକା ସାହୁ, ସତ୍ୟଭାମା ଦେଇ, ଗୀତାଞ୍ଜଳି ଜେନା, ନିବେଦିତା ପଣ୍ଡା, ଜ୍ୟୋତିରଞ୍ଜିତା ଦାସ, ଆଶାକର୍ମୀ ହେମା ଶର୍ମା, ପ୍ରତିମା ସାହୁ, ବିଜୟଲକ୍ଷ୍ମୀ ଦେବତା, ସତ୍ୟଭାମା ପ୍ରଧାନ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories