www.samajalive.in
Monday, December 15, 2025
14.1 C
Bhubaneswar

ରେଳବାଇ ଅଣକୁଶଳୀ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଦେବେ ୭ ଲକ୍ଷ ପ୍ରାର୍ଥୀ

ଅଣକୁଶଳୀ ପଦବୀ ପାଇଁ ଦ୍ଵିତୀୟ ପର୍ଯ୍ୟାୟ (ଲେବଲ-୨) ପରୀକ୍ଷା ପାଇଁ ରେଳବାଇ ୭ ଲକ୍ଷ ପରୀକ୍ଷାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନଙ୍କର ସଂକ୍ଷିପ୍ତ ତାଲିକା ପ୍ରତ୍ୟେକ ସ୍ତର ପାଇଁ ପୃଥକ ଭାବରେ ବିକଳ୍ପ ଏବଂ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ଆଧାର କରି ପ୍ରସ୍ତୁତ କରାଯାଇଛି। ତେଣୁ, ଦ୍ୱିତୀୟ ପର୍ଯ୍ୟାୟ ସିବିଟି ପାଇଁ ପ୍ରତ୍ୟେକ ସ୍ତରର ପ୍ରାର୍ଥୀଙ୍କ ପାଇଁ ପ୍ରତ୍ୟେକ ପଦବୀ ବାବଦରେ ୨୦ ଜଣଙ୍କୁ ବଛା ଯାଇଛି। ଯଦି କଟ୍ ଅଫରେ ଏକାଧିକ ପ୍ରାର୍ଥୀ ସମାନ ମାର୍କ ପାଈଥିବେ, ସେ କ୍ଷେତ୍ରରେ ସମସ୍ତଙ୍କୁ ଡକାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାପ୍ତ ଯୋଗ୍ୟତା ଉପରେ ଆଧାର କରି ସିବିଟି ପ୍ରାର୍ଥୀମାନେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସଂକ୍ଷିପ ତାଲିକାରେ ଅନ୍ତର୍ଭୁକ୍ତ ହେବେ ଯେଉଁଥିରେ ଖାଲିସ୍ଥାନର ୮ ଗୁଣ ପରୀକ୍ଷାର୍ଥୀଙ୍କୁ ଡକାଯିବ। ଅନ୍ତିମ ଫଳାଫଳ ଅନୁଯାୟୀ ୩୫୨୮୧ ବିଜ୍ଞପ୍ତି ପଦବୀଗୁଡ଼ିକର ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯିବ ଏବଂ ଗୋଟିଏରୁ ଅଧିକ ପଦବୀ ବିରୋଧରେ କୌଣସି ପ୍ରାର୍ଥୀ ନିଯୁକ୍ତ ହେବେ ନାହିଁ।

- Advertisement -

ଅନ୍ୟପକ୍ଷରେ ଉଚ୍ଚ ସ୍ତରୀୟ ପଦବୀ ପାଇଁ ସଂକ୍ଷିପ୍ତ ତାଲିକା ହୋଇଥିବା ପ୍ରାର୍ଥୀ ନିମ୍ନ ସ୍ତରର ପଦବୀର ଦ୍ୱିତୀୟ ପର୍ଯ୍ୟାୟରେ ସିବିଟିରେ ଉପସ୍ଥିତ ହେବା ପାଇଁ ବାରଣ କରାଯାଇପାରିବ ନାହିଁ। ଏହାପୂର୍ବରୁ ସଂକ୍ଷିପ୍ତ ତାଲିକାରେ ଖାଲି ପଦର ୧୦ ଗୁଣା ପ୍ରାର୍ଥୀଙ୍କୁ ଡକାଯାଉଥିଲା, କିନ୍ତୁ ଚଳିତ ଥର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କୋଡିଏ ଗୁଣା ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories