www.samajalive.in
Sunday, December 14, 2025
23.1 C
Bhubaneswar

କୋଭିଡ୍‌ ନିୟମ ଅନୁପାଳନପୂର୍ବକ ହେବ ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା

ଭୁବନେଶ୍ୱର: ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି। ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ୍ତ ସୂଚନା ଜାରି କରାଯାଇଛି । ଚଳିତ ମାସ ୨୦ ତାରିଖରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି।
କୋଭିଡ୍‌କୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍‌-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି। ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେ ଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନାସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ। ଗୋଟିଏ ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇପାରିବେ। ଅବଶ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହାତରେ ସାନିଟାଇଜେସନ୍‌ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି।

 

- Advertisement -

ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି। ସାମାଜିକ ଦୂରତ୍ୱର ନିୟମାନୁସାରେ ପରୀକ୍ଷା କେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି। ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକ(ଇନ୍‌ଭିଲେଜଟର)ଙ୍କୁ ଜଣାଇବେ। ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି।
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏହି ସୂଚନାରେ ଉପରୋକ୍ତ ଉଭୟ ପରୀକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀମାନେ କୋଭିଡ୍‌ ନିୟବାବଳୀର କଠୋର ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories