www.samajalive.in
Monday, December 15, 2025
17.1 C
Bhubaneswar

ଭାରତରେ ଘୃଣ୍ୟ ମନ୍ତବ୍ୟ ବୃଦ୍ଧି ନେଇ ଜାତିସଂଘ ଚିନ୍ତିତ

ନୂଆଦିଲ୍ଲୀ: ଭାରତରେ ଘୃଣ୍ୟ ବକ୍ତବ୍ୟ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ଏହି ସମ୍ପ୍ରଦାୟର ମହିଳାଙ୍କ ବିରୋଧରେ ଏହା ବୃଦ୍ଧିପାଇବା ନେଇ ଜାତିସଂଘ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ନିକଟରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମୁସଲମାନ ମହିଳାଙ୍କ ନିଲାମ ବିଜ୍ଞାପନକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଜାତିସଂଘର ସଂଖ୍ୟାଲଘୁ ସମ୍ପର୍କିତ ସ୍ବତନ୍ତ୍ର ‘ରିପୋଟିୟର୍‌’ ଫର୍ଣ୍ଣାଣ୍ଡ ଡି ଭାରେନେସ୍‌ ଏକ ବିବୃତିରେ ଦର୍ଶାଇଛନ୍ତି ଯେ ଏଭଳି କାର୍ଯ୍ୟର ଯେପରି ପୁନରାବୃତ୍ତି ନ ଘଟେ ସେଥିପାଇଁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସଂଖ୍ୟାଲଘୁମାନଙ୍କର ମାନବିକ ଅଧିକାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ ‘ସୁଲ୍ଲି ଡିଲ୍ସ’ ପରେ ନିକଟରେ ‘ବୁଲ୍ଲି ବାଈ’ ନାମରେ ଏକ ଆପ୍‌ ସାମ୍ନାକୁ ଆସିଥିଲା; ଯେଉଁଥିରେ ଶତାଧିକ ପ୍ରସିଦ୍ଧ ମୁସଲମାନ ମହିଳାଙ୍କୁ ବିକ୍ରି ପାଇଁ ବିଜ୍ଞାପିତ କରାଯାଇଥିଲା। ଏହି ଘଟଣାରେ ଇଞ୍ଜିନିୟରିଂ ଛାତ୍ର ଓ ଜଣେ ଯୁବତୀଙ୍କ ସହ ମୋଟ ତିନି ଜଣଙ୍କୁ ଗିରଫ କରିଛି। ଜାତୀୟ ମହିଳା ଆୟୋଗ ମଧ୍ୟ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ଧର୍ମ ଓ ସମ୍ପ୍ରଦାୟ ବ୍ୟତିରେକେ ମହିଳାଙ୍କୁ ଅପମାନିତ କଲା ଭଳି କୌଣସି କାର୍ଯ୍ୟକୁ ସହ୍ୟ କରାଯିବ ନାହିଁ ବୋଲି ଆୟୋଗ ଅଧ୍ୟକ୍ଷା କହିଛନ୍ତି।

- Advertisement -

ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ସର୍ବେକ୍ଷଣକୁ ନେଇ ଏବେ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଘୃଣ୍ୟ ବକ୍ତବ୍ୟ ୧୬୦ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ନିର୍ବାଚନ ସମୟ ଆସିଲେ ଏପରି ମନ୍ତବ୍ୟ ଉପରେ ଲଗାମ ରହେ ନାହିଁ ବୋଲି ଏକ ଟ୍ରାକର ମାଧ୍ୟମରେ କରାଯାଇଥିବା ସର୍ବେକ୍ଷଣରୁ ପ୍ରମାଣିତ ହୋଇଛି। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରଠାରୁ ଉଚ୍ଚସ୍ତରରେ ଥିବା ରାଜନୀତିଜ୍ଞମାନେ ୧୧୩୦ ପ୍ରତିଶତ ଅଧିକ ଘୃଣ୍ୟ ବକ୍ତବ୍ୟ ଦେଉଛନ୍ତି। ୨୦୦୯ରୁ ୨୦୧୪ ୟୁପିଏ ସରକାର ଅମଳରେ ଏଭଳି ଘୃଣା ମନ୍ତବ୍ୟର ଦୃଷ୍ଟାନ୍ତ ମାତ୍ର ୧୯ ଥିବାବେଳେ ପରବର୍ତ୍ତୀ ସରକାର ଅମଳରେ ୩୪୮କୁ ବୃଦ୍ଧିପାଇଛି। ପୂର୍ବରୁ ମାତ୍ର ୦.୩ ପ୍ରତିଶତ ରହିଥିବା ଏପରି ବକ୍ତବ୍ୟ ମାସିକ ୩.୭ ପ୍ରତିଶତ ହାରରେ ବୃଦ୍ଧିପାଇଛି। ବିଜେପିର ୨୯୭ ଓ କଂଗ୍ରେସର ୧୦ ନେତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେବା ଅଭିଯୋଗ ରହିଛି। ଜାତି, ଧର୍ମ ଓ ଲିଙ୍ଗ ଆଧାରିତ ଅଶାଳୀନ ମନ୍ତବ୍ୟ ଦେବାରେ ରାଜନେତାଙ୍କ ପାଟି‌େ​‌ର ଲଗାମ ରହୁ ନାହିଁ। ସେମାନଙ୍କ ମଧ୍ୟରେ ୮୦ପ୍ରତିଶତ ବିଜେପି ନେତା ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କଠାରୁ ଆରମ୍ଭକରି ସାମ୍ବିଧାନିକ ପଦରେ ଥିବା ରାଜ୍ୟପାଳମାନେ ମଧ୍ୟ ସାମିଲ ଥିବା ସଦୃଷ୍ଟାନ୍ତ ଉପସ୍ଥାପନ କରାଯାଇଛି। ଆଇନାନୁଯାୟୀ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦଣ୍ଡନୀୟ; କିନ୍ତୁ ଉଚ୍ଚସ୍ତରରେ ଥିବା ବ୍ୟକ୍ତି ଏହାକୁ ଖାତିର କରୁ ନାହାନ୍ତି।

ସୂଚନାଯୋଗ୍ୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚରମପନ୍ଥୀଙ୍କ ନିଶାଣରେ ରହିଥିବା ଅଭିଯୋଗ କରିଥିଲେ। ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ଡକାଯାଇ ହରିଦ୍ବାର ଓ ଦିଲ୍ଲୀରେ ଆୟୋଜିତ ଧର୍ମ ସଂସଦରେ ବକ୍ତାମାନଙ୍କ ଆପତ୍ତିଜନକ ମନ୍ତବ୍ୟର ପ୍ରତିବାଦ କରାଯାଇଥିଲା। ଆଞ୍ଚଳିକ ଶାନ୍ତିରକ୍ଷା ପ୍ରତି ଏହା ବିପଦ ବୋଲି ପାକିସ୍ତାନ ଦର୍ଶାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories