www.samajalive.in
Monday, December 15, 2025
15.1 C
Bhubaneswar

କରୋନା ମୁକାବିଲା, ଏସସିବିରେ ୬୦୦ ଶଯ୍ୟା ଓ ୧୪୦ ଆଇସିୟୁ

କରୋନା ମୁକାବିଲା ପାଇଁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅଧ୍ୟକ୍ଷ ଡା.ଦତେଶ୍ୱର ହୋତା ଏବଂ ସୁପରିଟେଣ୍ଡଂଟ ଡା.ଲୁସି ଦାସ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ କୋଭିଡ୍‍ ରୋଗୀଙ୍କ ପାଇଁ ୬୦୦ ଶଯ୍ୟା, ୧୪୦ଟି ଆଇସିୟୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ୧୦୦ରୁ ୧୧୦ କୋଭିଡ୍‍ ଆକ୍ରାନ୍ତ ଚକିତ୍ସିତ ହେଉଛନ୍ତି। କରୋନାରେ ଆକ୍ରାନ୍ତ କିଡନୀ ରୋଗୀଙ୍କ ପାଇଁ ଡାଇଲିସିସ୍‍ ସୁବିଧା ଯୋଗାଇ ଦିଆଯାଉଛି। ସର୍ଜରୀ ୱାର୍ଡରେ ମଧ୍ୟ କୋଭିଡ୍‍ ରୋଗୀଙ୍କ ସ୍ୱତନ୍ତ୍ର ସର୍ଜରୀ କରାଯାଉଥିବା ଜଣାପଡିଛି।

ସେ କହିଛନ୍ତି, ଚଳିତ କୋଭିଡ୍‍ ଲହରରେ କିଛି ଡାକ୍ତର ପ୍ରଭାବିତ ହୋଇଥିଲେ। ତେବେ ବର୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଓପିଡିରେ ଦୈନିକ ୧୪୦ରୁ ୧୮୦ ରୋଗୀ ଆସୁଛନ୍ତି। ନିହାତି ଦରକାର ଥିଲେ ହସପିଟାଲ ଆସିବାକୁ ରୋଗୀମାନଙ୍କୁ ଡା. ହୋତା ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories