www.samajalive.in
Friday, December 12, 2025
16.1 C
Bhubaneswar

ବହୁତ ରୋଗରୁ ମୁକ୍ତି ଦେଇଥାଏ ଜହ୍ନି

ଆମେ ସମସ୍ତେ ଜାଣନ୍ତି ଯେ ସବୁଜ ପନିପରିବା ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ଉପକାରୀ ଓ ନିହାତି ଆବଶ୍ୟକ ହୋଇଥାଏ। ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ତା’ସହିତ ରକ୍ତରେ ହେମୋଗ୍ଲୋବିନର ସ୍ତର ମଧ୍ୟ ବଢ଼ିଥାଏ। ଏହା ଆମ ଶରୀରକୁ କେତେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ସମସ୍ତ ସବୁଜ ପନିପରିବା ମଧ୍ୟରୁ ଜହ୍ନି ଏକ ଲୋକପ୍ରିୟ ପରିବା। ଏହାକୁ କେହି ରାଇ କରି ଖାଇଥାଆନ୍ତି ତ ପୁଣି ଜହ୍ନି ତରକାରୀ ଭାବେ ମଧ୍ୟ ସେବନ କରିଥା’ନ୍ତି। ତେବେ ଜହ୍ନି ପୋସ୍ତ ହେଉଛି ସବୁଠାରୁ ଲୋକପ୍ରିୟ ବ୍ୟଞ୍ଜନ।
ପ୍ରଥମତଃ ଏହା ଶରୀର ମଧ୍ୟରୁ ଶୁଷ୍କତା ଦୂର କରିଥାଏ। ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ଜହ୍ନି କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ। ନିୟମିତ ଭାବେ ଜହ୍ନି ଖାଇଲେ ରକ୍ତ ଶୁଦ୍ଧ ହୋଇଥାଏ। ଏହା ଯକୃତକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଷ୍ଟୋନ୍ ରୋଗୀଙ୍କ ପାଇଁ ଜହ୍ନି ହେଉଛି ଏକ ମହୌଷଧି। ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ସକାଳେ ଜହ୍ନି ରସକୁ ଗାଈ କ୍ଷୀର ଓ ଥଣ୍ଡା ଜଳରେ ମିଶାଇ ପିଇଲେ ଷ୍ଟୋନ୍ ସମସ୍ୟା ଦୂର ହୋଇଥାଏ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories