www.samajalive.in
Monday, December 8, 2025
24.1 C
Bhubaneswar

ରାଧାଷ୍ଟମୀ ବ୍ରତର ମହତ୍ତ୍ବ ଓ ବିଧି !

ଶ୍ରୀକୃଷ୍ଣଙ୍କ ନାମ ତୁଣ୍ଡରେ ଜପ କରିବା ସମୟରେ ରାଧାଙ୍କ ନାମ ନେବାକୁ କେହି ଭୁଲନ୍ତି ନାହିଁ । ସାଧାରଣତଃ ଲୋକେ କେବଳ ଶ୍ରୀକୃଷ୍ଣଙ୍କ ନାମ ତୁଣ୍ଡରେ ନେବା ପରିବର୍ତ୍ତେ ରାଧା-କୃଷ୍ଣ ନାମରେ ଡାକି ଥାଆନ୍ତି । କାରଣ ଏହି ଦୁଇଟି ନାମ ବା ଶବ୍ଦ ପରସ୍ପର ପାଇଁ ସୃଷ୍ଟି ହୋଇଛି ଏବଂ ଏହାକୁ କେହି ଅଲଗା କରିପାରିବେ ନାହିଁ ।

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ରାଧାଙ୍କ ଜନ୍ମ ହୋଇଥିଲା। ଏହି ଦିନଟିକୁ ରାଧାଷ୍ଟମୀ ନାମରେ ପାଳନ କରାଯାଏ । ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ସହ ପ୍ରେମଭାବ ସୁଦୃଢ କରିବା ପାଇଁ ରାଧାଙ୍କ ଜନ୍ମ ହୋଇଥିଲା। ଯେଉଁ ବ୍ୟକ୍ତି କୃଷ୍ଣ ପ୍ରେମରେ ଅନ୍ଧ ହୋଇ ଯାଆନ୍ତି ତାଙ୍କୁ ରାଧା ବୋଲି କୁହାଯାଏ ।

- Advertisement -

ରାଧାଷ୍ଟମୀ ବ୍ରତର ମହତ୍ତ୍ବ

ରାଧାଙ୍କ ଜନ୍ମ ଦିବସକୁ ରାଧାଷ୍ଟମୀ ବ୍ରତ ଭାବରେ ପଳନ କରାଯାଏ । ଏହି ବ୍ରତ କରିବା ଦ୍ବାରା ଆର୍ଥିକ ଅନଟନ ଦୂର ହେବା ସହ ଘରେ ସୁଖ ସମୃଦ୍ଧିରେ ପୁରି ଉଠେ । ଏହି ବ୍ରତ କରିବ ଦ୍ବାରା ମହାଲକ୍ଷ୍ମୀ ବ୍ରତର ମଧ୍ୟ ଶୁଭାରମ୍ଭ ହୋଇଥାଏ ।

କିପରି କରିବେ ରାଧାଷ୍ଟମୀ ବ୍ରତ

ସକାଳୁ ସ୍ନାନ ସାରି ଠାକୁର ଘରର ମଣ୍ଡପ ତଳେ ମୁରୁଜରେ ମଣ୍ଡଳ ବନାନ୍ତୁ । ଏହାର ମଧ୍ୟଭାଗରେ ମାଟି ବା ତମ୍ବାର କଳସ ସ୍ଥାପନା କରି ତାହା ଉପରେ ତମ୍ବାର ଏକ ପାତ୍ର ରଖନ୍ତୁ ।
ଏହି ପାତ୍ର ଉପରେ ବସ୍ତ୍ରଭୂଷଣରେ ସୁସଜ୍ଜିତ ରାଧାଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।
ଏହା ପରେ ରାଧାଙ୍କ ଷୋଡଶଉପଚାର ପୂଜା କରନ୍ତୁ ।
ଧ୍ୟାନ ରଖନ୍ତୁ ପୂଜାର ସମୟ ଠିକ୍ ମଧ୍ୟାହ୍ନ ହେବା ଆବଶ୍ୟକ ।
ଏହି ଦିନ ଉପବାସ କରନ୍ତୁ ନହେଲେ ଏକ ଓଳି ଭୋଜନ କରିପାରିବେ ।
ରାଧାଷ୍ଟମୀର ପରବର୍ତ୍ତୀ ଦିନ ସଧାବ ସ୍ତ୍ରୀ ତଥା ବ୍ରାହ୍ମଣଙ୍କୁ ଭୋଜନ କରାଇ ଏବଂ ଦକ୍ଷିଣା ଦିଅନ୍ତୁ ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories